Saturday, May 18, 2024

Logo
google-add

୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି 

Rasmi Ranjan Rout | 10:42 AM, Mon Oct 16, 2023

ଓଡ଼ିଶା 365 (ବ୍ୟୁରୋ): ୭୮ ବର୍ଷରେ ପାଦ ଥାପିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  କିନ୍ତୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳିବେନି ନବୀନ।  ଗତ ମାସରେ ବଡ଼ ଭଉଣୀ ଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ଦୁଇ ଦଶନ୍ଧୀ ଧରି କ୍ଷମତାରେ ରହି ଆସିଥିବା ନବୀନ, ଆଜି ସାରା ଦେଶରେ ପଲିଟିକାଲ ରୋଲ ମଡେଲ ଭାବେ ପରିଗଣିତ ହୋଇସାରିଛନ୍ତି।  ୧୯୪୬ ମସିହା ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଡିସେମ୍ବର ୨୬ରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ଆଉ ଦଳର ନେତୃତ୍ବ ସମ୍ଭାଳିଥିଲେ ନୂଆ ନୂଆ ରାଜନୀତିରେ ପାଦ ଥାପିଥିବା ନବୀନ। ଏହାରି ଭିତରେ ୨୬ ବର୍ଷର ରାଜନୈତିକ କ୍ୟାରିୟରେ ପ୍ରଥମେ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପରେ ଲଗାତାର ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇପାରିଛନ୍ତି ଶ୍ରୀ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ଗଠିତ ବିଜେଡି ଅନେକ ଘଡ଼ିସନ୍ଧି ମୁହୂର୍ତ୍ତର ସାମ୍ନା କରିଥିଲେ ବି ନିଜର ବିଚକ୍ଷଣ ବୁଦ୍ଧି ବଳରେ ବିରୋଧି ଓ କୁଚକ୍ରୀ ଗୋଷ୍ଠୀଙ୍କୁ ମାତ୍ ଦେଇଆସିଛନ୍ତି। 

ଦିଲ୍ଲୀ ୟୁନିଭର୍ସିଟିରୁ କଳାରେ ସ୍ନାତକ ହାସଲ କରିଥିବା ନବୀନ ପାଠପଢ଼ା ପରେ ବିଦେଶରେ ରହୁଥିଲେ । ଲେଖାଲେଖିରେ ରୁଚି ରଖିବା ସହିତ ନବୀନ ହଲିଉଡରେ ଏକ ମୁଭି ମଧ୍ୟ କରିଛନ୍ତି । ଓଡ଼ିଶାରୁ ଦୂରେଇ ରହିବା କାରଣରୁ ନବୀନଙ୍କୁ ଓଡ଼ିଆ ଭାଷା ମଧ୍ୟ ଜଣା ନଥିଲା ।୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ଧରିଲା ପରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିକଳ୍ପବିହୀନ ନେତାର ମାନ୍ୟତା ପାଇ ଆସୁଛନ୍ତି ନବୀନ  ନିଜର ନୂଆ ଆନ୍ଦାଜର ପଲିଟିକାଲ କମିକ୍ସରେ  କେବେ ନିଜ ରାଜନୈତିକ ଶତ୍ରୁଙ୍କୁ ନିର୍ଦ୍ଦୟ ଭାବେ ଦମନ କରି ତ ଆଉ କେବେ ଭୋଟ୍‌ ରାଜନୀତିରେ ବିପୁଳ ବିଜୟ ହାସଲ କରି ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add