Saturday, May 18, 2024

Logo
google-add

ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା

| 10:42 AM, Mon Nov 06, 2023

ଓଡ଼ିଶା 365 (ବ୍ୟୁରୋ): ଦୀର୍ଘ ଏକ ମାସ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଉଭୟ ଉଭୟଙ୍କର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ ହମାସକୁ ମୂଳପୋଛ କରିବାକୁ ଏକପ୍ରକାର ସଙ୍କଳ୍ପ ନେଇଛି । ଏହାରି ଭିତରେ ଇସ୍ରାଏଲ ସେନା ରବିବାର ହମାସ ଉପରେ ଆକ୍ରମଣ କରିଛି । ଆଉ ଗାଜା ପଟି ଦୁଇ ଭାଗ ହୋଇଛି । ଇସ୍ରାଏଲ ସେନାର ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି । ଏବେ ଗାଜା ସହରକୁ ଇସ୍ରାଏଲ ସେନା ଘେରି ରହିଛି । ଏବେ କେବଳ ଉତର ଏବଂ ଦକ୍ଷିଣ ଗାଜା ଅଲଗା ହୋଇଥିବାରୁ ଆହୁରି ଜୋରଦାର ଆକ୍ରମଣ କରିବାକୁ ଯାଉଛି ଇସ୍ରାଏଲ । ଆଇଡିଏଫ୍ ଏହା କହିଛି ।

ଇସ୍ରାଏଲ ଏବେ ଗ୍ରାଉଣ୍ଡ ଅପରେସନ କରୁଛି । ଏଥିରେ ୩୪ ଜଣ ଇସ୍ରାଏଲ ସେନା ପ୍ରାଣ ହରାଇଛନ୍ତି । ସେପଟେ ତୁର୍କୀରେ ପହଞ୍ଚିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । ତେବେ ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆକଳନ କରାଯାଉଛି । ଯେ ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧବିରତି ଘୋଷଣା ନ କରିଚନ୍ତି, ସେ ପର୍ଯ୍ୟନ୍ତ ଏ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add