Saturday, May 18, 2024

Logo
google-add

ନାବାଳିକା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ବାପା ଫେରାର, ୩ ଗିରଫ

| 13:26 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡା ଗାଁର ନାବାଳିକା ମୃତ୍ୟୁ ଘଟଣାରେ ପୁଲିସ ୩ ଜଣଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଏକ କାର ମଧ୍ୟ ଜବତ କରିଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳିକାର ବାପା ଫେରାର ଥିବାରୁ ପୁଲିସ ତାଙ୍କୁ ଗିରଫ ରକରିବାପେ ସଫଳ ହୋଇନାହିଁ । ସୂଚନା ଅନୁସାରେ, ସୋରଡା ଗ୍ରାମର ବିପ୍ର ନାୟକଙ୍କ ଝିଅ ତୁଳସୀ ୩ ଦିନ ତଳେଘରେ ନଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଘଟଣା ବିଷୟରେ ବୁଝିବା ପାଇଁ ୨ ଜଣଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲା। ମୃତ୍ୟୁ ପରେ ଶବଦାହ ନକରି ନାବାଳିକାର ଶବ କେଉଁଆଡେ ଗଲା ବୋଲି ପଚାରିବାରେ ଶବକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ତିକିଆ ପଂଚାୟତର ଜାକେ ଛକ ଠାରୁ ୨ କିଲୋମିଟର ଦୂର କାରାଡା ଜଙ୍ଗଲରେ ପୋତିଥିବା ନେଇ ଅଟକ ଥିବା ବ୍ୟକ୍ତି ସ୍ବୀକାର କରିଥିଲେ। ଯାହାକୁ ନେଇ ପୁଲିସ ତଦନ୍ତ ଆଗେଇଥିଲା। ପରେ କାରାଡା ଜଙ୍ଗଲରେ ପହଞ୍ଚି ସେଠାରୁ ଶବକୁ ଉଦ୍ଧାର କରିବା ସହ ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ପୁଲିସର ପ୍ରାଥମିକ ତଦନ୍ତରୁ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଉପୁଜି ଥିଲା।

ନାବାଳିକାର ମୃତ୍ୟ ପରେ ପ୍ରମାଣ ନଷ୍ଟ କରିବା ପାଇଁ ନାବାଳିକାର ବାପା ବିପ୍ର ନାୟକ ପୁତୁରା ବିକାଶ ନାୟକ, ଚିନ୍ମୟ ନାୟକ ଓ ଝିଅର ପିଉସା ପତିତପାବନ ପ୍ରଧାନଙ୍କ ସହଯୋଗ ଲୋଡିଥିଲା। ପତିତପାବନ ସହଯୋଗ କରିବା ସହ ନିଜର କାର ଯୋଗାଇ ଦେଇଥିଲା। ପରେ ଚାରିଜଣ ମିଶି ମୃତ ଶରୀରକୁ କାରରେ ନେଇ କାରାଡା ଜଙ୍ଗଲରେ ପୋତି ଦେଇଥିଲେ। ଏହି ଘଟଣାରେ ବିକାଶ ନାୟକ, ଚିନ୍ମୟ ନାୟକ, ପତିତପାବନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିପ୍ର ନାୟକ ଫେରାର ରହିଛି।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add