Saturday, May 18, 2024

Logo
google-add

ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ

| 13:02 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ଆଗକୁ ଅଛି ନିର୍ବାଚନ । ହେଲେ ହଠାତ୍ କଂଗ୍ରେସ ପ୍ରାର୍ଥୀଙ୍କ ହୋଇଛି ପରଲୋକ । ରାଜସ୍ଥାନର କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ପରଲୋକ ହୋଇଛି । କୁନ୍ନର ଦୀର୍ଘଦିନରୁ ରୋଗରେ ପୀଡିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଥିଲେ । ତାଙ୍କ ମୃତ୍ୟୁ ପରେ ଏହି ସିଟରେ ୨୫ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ଆଉ ହେବ ନାହିଁ । ଗୁରମିତଙ୍କୁ ୭୫ ବର୍ଷ ହୋଇଥିବା ବେଳେ ଖରାପ ସ୍ୱାସ୍ଥ୍ୟ କାରଣରୁ ଗତ କିଛିଦିନ ହେଲା ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ନିର୍ବାଚନ ପ୍ରଚାର ସମୟରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୧୨ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ପାର୍ଟିର ବରିଷ୍ଠ ବିଧାୟକ କୁନ୍ନରଙ୍କ ପରଲୋକରେ ଅଶୋକ ଗେହଲଟ ଟ୍ଵିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି । ଟ୍ଵିଟ୍‌ କରି ସେ ଲେଖିଛନ୍ତି, କରଣପୁରରୁ ବିଧାୟକ ଏବଂ ପୂର୍ବ ମନ୍ତ୍ରୀ ଗୁରମିତ ସିଂହ କୁନ୍ନରଙ୍କ ନିଧନରେ ମୁଁ ଗଭୀର ମର୍ମାହତ । କୁନ୍ନର ଦୀର୍ଘ ଦିନରୁ ଅସୁସ୍ଥ ହୋଇଥିଲେ । ନିଜ ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ୟ୍ୟ ପାଇଁ ସବୁବେଳେ ପ୍ରୟାସ କରୁଥିଲେ । କୁନ୍ନରଙ୍କ ନିଧନ କଂଗ୍ରେସ ପାର୍ଟି ଏବଂ ରାଜସ୍ଥାନ ରାଜନୀତି ପାଇଁ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



  • Trending Tag

  • No Trending Add This News
google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add