Saturday, May 18, 2024

Logo
google-add

ବେଧଡକ ଲୁଟ୍ ଚଲାଉଛି କିଏ ?

| 12:59 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ) : ଦୁଇ ଦିନରେ ୪ ସ୍ଥାନରୁ ଲୁଟ୍ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । ଚାରି ଚାରି ଥର ଲୁଟ୍ ପରେ ମଧ୍ୟ ଲୁଟେରାଙ୍କ ଟେର୍ ପାଉନି ପୋଲିସ । ଲୋକଙ୍କ ଧନଜୀବନ ଅସୁରକ୍ଷିତ ହୋଇ ପଡିଥିବା ଅଭିଯୋଗ କଲେଣି ଅଞ୍ଚଳବାସୀ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାରରେ । ଦିନକ ପୂର୍ବରୁ ଏହି ବଜାରରେ ଏକ ଜୁଏଲାରୀ, ଅଧ୍ୟାପକ ଏବଂ ଅନ୍ୟ ଜଣଙ୍କ ଘରୁ ପାଣି ପମ୍ପ ଲୁଟେରା କଳାକନା ବୁଲାଇଥିବା ବେଳେ, ବୁଧବାର ଆଉ ଗୋଟିଏ ଜୁଏଲାରୀ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଛି । ତେବେ ଲୁଟେରାଙ୍କ ଟାର୍ଗେଟରେ ଏବେ ଜୁଏଲାରୀ ସପ୍ ।

ଦୁଇଟି ଜୁଏଲାରୀ ଦୋକାନର ଲୁଟ୍ ସମୟର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲେ ସୁଦ୍ଧା ପୋଲିସ ହାତ ଖାଲି । ଏବେ ଏନେଇ ପୁଲିସର ପାରିବା ପଣିଆ ଉପରେ ଉଠୁଛି ପ୍ରଶ୍ନ । ନିଜର ଧନଜୀବନର ସୁରକ୍ଷା ପାଇଁ ଏଠାରେ ଗୋଟିଏ ଫାଣ୍ଡି ପ୍ରତିଷ୍ଠା ପାଇଁ ଦୀର୍ଘ ୩ବର୍ଷ ହେଲା ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ ।

  • Trending Tag

  • No Trending Add This News
google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add