Saturday, May 18, 2024

Logo
google-add

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ପୋଲିସକୁ ମିଳିଲା ଧମକ

| 12:50 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ଭାରତରେ ଚାଲିଛି ବିଶ୍ୱକପ୍ ମହାସମର । ଏହି ମହାମୁକାବିଲାରେ ଭାରତୀୟ ଦଳ ଏପର୍ୟ୍ୟନ୍ତ ଅପରାଜିତ ରହିଛି। ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ସହ ଭାରତ ସେମିଫାଇନାଲ ମ୍ୟାଚ୍ ଖେଳିବ। ତେବେ ଏହି ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସକୁ କିଛି ବଡ ଘଟଣା ଘଟାଇବାକୁ ଧମକ ଦିଆଯାଇଛି। ହାଇ ପ୍ରୋଫାଇଲ୍ ଘଟଣା ସମ୍ପର୍କରେ ଧମକ ମିଳିବା ମାତ୍ରେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଅଜଣା ବ୍ୟକ୍ତିଙ୍କଠାରୁ ମୁମ୍ବାଇ ପୋଲିସକୁ ଧମକ ଆସିଛି। ଏହି ଧମକ ଦେଉଥିବା ବ୍ୟକ୍ତି ଟ୍ୱିଟରରେ ମୁମ୍ବାଇ ପୋଲିସକୁ ଟ୍ୟାଗ କରିଛନ୍ତି ଯେଉଁଥିରେ ଗୋଟିଏ ଫଟୋରେ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ ଏବଂ ଗୁଳି ମଧ୍ୟ ଦେଖାଯାଇଛି।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ହଜାର ହଜାର ଦର୍ଶକ ଯୋଗଦେବେ। ଏହା ବ୍ୟତୀତ ମ୍ୟାଚକୁ ନେଇ ଅନେକ ଉତ୍ସାହ ଆସିବ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ୱାଙ୍ଖଡେ ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ କଡା ନଜର ରଖିଛି। ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଟ୍ୱିଟରେ ଏକ ଫଟୋ ପୋଷ୍ଟ କରି ମ୍ୟାଚ୍ ସମୟରେ ନିଆଁ ଲଗାଇବେ ବୋଲି ବାର୍ତ୍ତା ଦେଇଛନ୍ତି।


  • Trending Tag

  • No Trending Add This News
google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add