Saturday, May 18, 2024

Logo

SPORT NEWS

Loading...
  • ଡିକକ୍‌ ଓ ଡସେନଙ୍କ ଶତକ; ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୧୯୦ରନରେ ହରାଇଲା ଦକ୍ଷିଣଆଫ୍ରିକା

    ଓଡ଼ିଶା 365(ବ୍ୟୁରୋ): ବିଶ୍ୱକପରେ କ୍ଵିଣ୍ଟନ ଡିକକ୍‌ ଓ ଡସେନଙ୍କ ଦମଦାର ଶତକ ବଳରେ ଦ.ଆଫ୍ରିକା ୧୯୦ରନରେ ନ୍ୟୁଜିଲାଣ୍ଡକୁ ହରାଇ ବିଶାଳ ବିଜୟ ହାସଲ କରିଛି। ଫଳରେ ଦ.ଆଫ୍ରିକା ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନକୁ ଖସିଛି। ପୁଣେରେ ଖେଳା ଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ ଡି’କକ ଓ ରସି ଭାନ ଡେର ଡୁସେନଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭର୍‌ରେ ୪ ୱିକେଟ ହରାଇ ୩୫୭ ରନ କରିଥିଲା। ଡି’କକ ୧୧୪ ଓ ଡୁସେନ ୧୩୩ ରନର ଇନିଂସ ଖେଳିଥିଲେ। ସେହିପରି ଡାଭିଡ ମିଲର ଶେଷ ଭାଗରେ ୩୦ ବଲରୁ ୫୩ ରନ୍ କରିଥିଲେ। ଦମଦାର ଶତକ ପାଇଁ ଡୁସେନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାତେଇଛନ୍ତି। ୩୫୮ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା। ଶେଷରେ ଦଳ ୧୬୭ ରନରେ ଅଲଆଉଟ ହୋଇଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ୱିଲ ୟଙ୍ଗ ସର୍ବାଧିକ ୩୩ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଏକତରଫା ଭାବେ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି। ଏବେ ଦଳ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ବାକି ୨ଟି ମ୍ୟାଚ୍‌ ଖେଳିବ। ଏଥିରୁ ଗୋଟିଏ ବି ହାରିଲେ, ଦଳର ସେମି ଫାଇନାଲ ଅଙ୍କ ବିଗିଡିପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ତ ଏହି ପରାଜୟ ପରେ ୪ର୍ଥକୁ ଖସିଥିବାବେଳେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଉଠିଛି। ଭାରତ ଭଳି ଦକ୍ଷିଣ ଆଫ୍ରିକାର ପଏଣ୍ଟ ସଂଖ୍ୟା ୧୨ ରହିଛି। କିନ୍ତୁ ନେଟ ରନ ରେଟ ଆଧାରରେ ଦକ୍ଷିଣ ଆଫ୍ରିକା ପ୍ରଥମ, ଭାରତ ଦ୍ୱିତୀୟ ସ୍ଥାନରେ ଅଧିକାର କରିଛି। ଦକ୍ଷିଣ ଆଫ୍ରିକା ୭ ମ୍ୟାଚ୍‌ରୁ ୬ ବିଜୟ ଓ ଗୋଟିଏ ପରାଜୟ ସହ ସେମି ଫାଇନାଲରେ ଏକ ପ୍ରକାରର ନିଜର ସ୍ଥାନ ପକ୍କା କରିଛି। ଦଳ ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪ ୱିକେଟ ନେଇଥିଲେ। ସୁପର ସଣ୍ଡେରେ ଦ.ଆଫ୍ରିକାକୁ ଭେଟିବ ଭାରତ।

    | 12:19 PM, Thu Nov 02, 2023

  • ଆଜି ଭାରତ-ଶ୍ରୀଲଙ୍କା ଟକ୍କର;  ଜିତିଲେ ରୋହିତ ବାହିନୀକୁ ସେମି ଟିକେଟ୍

    ଓଡ଼ିଶା 365(ବ୍ୟୁରୋ): ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ୩୩ତମ ମ୍ୟାଚ୍ । ଏହି ମ୍ୟାଚରେ ଭାରତର ପଲ୍ଲା ଭାରି ରହିବ। ଶ୍ରୀଲଙ୍କା ପାଇଁ ବିଜୟ ସମ୍ମାନର ପ୍ରଶ୍ନ ହୋଇଛି। ବିଶ୍ୱକପରେ ଭାରତ ୬ମ୍ୟାଚ୍ ରୁ ୬ଟି ଯାକରେ ବିଜୟଲାଭ କରିଛି । ୧୨ ପଏଣ୍ଟ ସହ ଟେବୁଲରେ ଶୀର୍ଷସ୍ଥାନ ଦଖଲ କରିଛି ଭାରତୀୟ ଦଳ। ଶ୍ରୀଲଙ୍କା ବିଶ୍ୱକପରେ ୬ଟି ମ୍ୟାଚ୍ ଖେଳିଥିବାବେଳେ ୨ଟି ବିଜୟ ସହ ୪ପଏଣ୍ଟ ପାଇଛି। ପଏଣ୍ଟ ଟେବୁଲ ତାଲିକାରେ ୭ନମ୍ୱର ସ୍ଥାନରେ ରହିଛି ଶ୍ରୀଲଙ୍କା। ବିଶ୍ୱକପରେ ଭାରତ-ଶ୍ରୀଲଙ୍କା  ୯ଥର ମୁହାଁମୁହିଁ ହୋଇଥିବା ବେଳେ ଉଭୟ ୪ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି ଏବଂ ଗୋଟିଏ ଡ୍ର ରହିଛି। ୱାଙ୍ଖଡେରେ ପୂର୍ବରୁ ଭାରତର ଦିନିକିଆ ରେକର୍ଡ ଦେଖିଲେ ୨୦ ମ୍ୟାଚ୍ ରୁ ଭାରତ ୧୧ଟିରେ ବିଜୟ ହାସଲ କରିଛି। ଆଜିର ମ୍ୟାଚ ଅବସରରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ରୋହିତ୍ ବାହିନୀ ବିଶ୍ୱକପ୍ ୨୦୨୩ରେ ଏଯାଏ ଅପରାଜୟ ରହିଛି। ଭାରତ ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ,  ଆଫଗାନିସ୍ଥାନ, ବାଲାଂଦେଶ ଓ ଶେଷ ମ୍ୟାଚରେ ଇଂଲଣ୍ଡକୁ ୧୦୦ରନରେ ପରାସ୍ତ କରିଥିଲା। ଭାରତ ବ୍ୟାଟିଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଥିବା ବେଳେ ବିଶ୍ୱକପ ଦାବିଦାର ରହିଛି।

    | 12:11 PM, Thu Nov 02, 2023

  • ପୁଣେରେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ହାଇଭୋଲ୍‌ଟେଜ୍‌ ମ୍ୟାଚ୍

    ଓଡ଼ିଶା 365 (ବ୍ୟୁରୋ) : ଦିନିକିଆ ବିଶ୍ୱକପ୍‌ ବୁଧବାର ପୁଣେ ଷ୍ଟାଡିୟମ୍‌ରେ ଖେଳାଯିବ ୩୨ ତମ ମ୍ୟାଚ୍‌ । ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦୁଇ ଶକ୍ତିଶାଳୀ ଟିମ୍‌ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଦକ୍ଷିଣ ଆଫ୍ରିକାରେ ଟିମ୍‌ ୬ଟି ମୁକାବିଲା ଖେଳି ସେଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୧୦ପଏଣ୍ଟ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ ଜିତି ସେମି ଆଡକୁ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛି ।

    ନ୍ୟୁଜିଲାଣ୍ଡ ୬ଟି ମୁକାବିଲା ଖେଳିସାରିଥିବାବେଳେ ୪ଟିରେ ବିଜୟୀ,ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ତୃତୀୟରେ ରହିଛି । ଦେଖିବାକୁ ଗଲେ ବିଶ୍ୱକପ୍ ୨୦୨୩ରେ ଉଭୟ ଟିମ୍‌ ବ୍ୟାଟିଂ ବୋଲିଂରେ ଦମ୍‌ଦାର ଫର୍ମରେ ରହିଛନ୍ତି । ଆଜି ମ୍ୟାଚ୍‌ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି ।


    | 10:45 AM, Wed Nov 01, 2023

  • ତୀରନ୍ଦାଜ ଶୀତଲ ଦେବୀଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର

    ଓଡ଼ିଶା 365 (ବ୍ୟୁରୋ) : ହାତ ନଥାଇ ବି ୧୬ ବର୍ଷରେ ବିଶ୍ୱ ବିଜୟିନୀ ପାଲଟିଛନ୍ତି ତୀରନ୍ଦାଜ ଶୀତଲ ଦେବୀ । ଶୀତଲ ବିଶ୍ୱକୁ ଦେଖାଇଛନ୍ତି ବାଧା କେବଳ ଏକ ଭ୍ରମ । ଇଚ୍ଛାଶକ୍ତି ଆଗରେ ସବୁକିଛି ସମ୍ଭବ । ଚୀନର ହାଙ୍ଗଝୌରେ ଶେଷ ହୋଇଥିବା ଏସିଆନ୍ ପାରା ଗେମ୍ସରେ ୨ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବା ସହ ପ୍ରତିଯୋଗିତାରେ ହ୍ୟାଟ୍ରିକ ପଦକ ଜିତିବାରେ ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏହି ବିଜୟ ସମଗ୍ର ଦେଶକୁ ପ୍ରେରଣା ଦେଇଛି। ବ୍ୟବସାୟ ଟାଇକୁନ୍ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶୀତଲ୍ ଦେବୀଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କହିଛନ୍ତି ଶୀତଲ ଦେବୀ ଜଣେ ପ୍ରକୃତ ଯୋଦ୍ଧା । ଶୀତଲ୍ ଦେବୀଙ୍କ କାହାଣୀ ହେଉଛି ଏମିତି ଏକ କାହାଣୀ ଯାହା ଆମକୁ କହୁଛି ଯଦି ଆମେ ଦୃଢନିଶ୍ଚିତ ହୋଇଥାଉ ତେବେ କିଛି ବି ହାସଲ କରିବା ସମ୍ଭବ ଅଟେ । ସେ ଆମ ପାଇଁ ଏକ ପ୍ରେରଣା, ଏବଂ ଆମେ ତାଙ୍କ ପାଇଁ ବହୁତ ଗର୍ବିତ ଅନୁଭବ କରୁଛୁ ବୋଲି ଆନନ୍ଦ ମହିନ୍ଦ୍ରା କହିଛନ୍ତି ।

    ଟ୍ଵିଟରରେ ଏକ ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି । ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ମୁଁ ମୋ ଜୀବନରେ ଛୋଟ ସମସ୍ୟା ବିଷୟରେ କେବେବି ଅଭିଯୋଗ କରିବି ନାହିଁ। ଶୀତଲ ଦେବୀ ତୁମେ ଆମ ସମସ୍ତଙ୍କ ପାଇଁ ଜଣେ ଶିକ୍ଷକ । ଆପଣ ଦୟାକରି ଆମ କମ୍ପାନୀର ଯେ କୌଣସି ଏକ କାର ପସନ୍ଦ କରନ୍ତୁ ଏବଂ ଆମେ ଆପଣଙ୍କୁ ପୁରସ୍କାର ଦେବୁ ଏବଂ ଏହାକୁ ଆପଣଙ୍କ ବ୍ୟବହାର ଉପଯୋଗୀ ପାଇଁ କଷ୍ଟୋମାଇଜ୍ କରିକି ଦେବୁ । ତୀରନ୍ଦାଜ ଶୀତଲ ଦେବୀ ଏହି ସଂଘର୍ଷ ଭିତରେ ସଫଳତାର କାହାଣୀ ସାରା ବିଶ୍ୱବାସୀଙ୍କୁ ଆଗକୁ ଯିବା ବାଟ କଢାଇବ। ଜୀବନରେ ବିଫଳ ମଣିଷଙ୍କୁ ଶୀତଲ ଦେବୀଙ୍କ ଜୀବନର ବାସ୍ତବ କାହାଣୀ ସୂଚାଇ ଦେବ ଦୃଢ କର୍ମ ଆତ୍ମବିଶ୍ୱାସ ଥିଲେ କିଛି ଅସମ୍ଭବ ନୁହେଁ ବରଂ ସବୁ ସମ୍ଭବ।

    | 13:32 PM, Mon Oct 30, 2023

CRICKET NEWS

  • ଆଜି ନେଦରଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଲଢେଇ

    ଓଡ଼ିଶା 365(ବ୍ୟୁରୋ): ଦିନକୁ ଦିନ ବିଶ୍ୱକପ୍ ଲଢେଇ ରୋଚକ ହେଉଛି। ଲକ୍ଷ୍ନୌରେ ଥିବା ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ୩୪ତମ ଲିଗ୍‌ ମୁକାବିଲାରେ ନେଦରଲାଣ୍ଡ ଓ ଆଫଗାନିସ୍ତାନ ଲଢେଇ ଦେଖିବାକୁ ମିଳିବ। ସେମି ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ଲାଗି ବିଜୟ ଜରୁରୀ ହୋଇପଡିଛି। ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ହାସଲ କରିଛି । ଶେଷ ୩ଟି ଯାକ ମ୍ୟାଚ୍‌ ଜିତିଲେ ଆଫଗାନିସ୍ତାନର ପଏଣ୍ଟ ୧୨ରେ ପହଞ୍ଚି ପାରିବ । ସେପିପରି ନେଦରଲାଣ୍ଡ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୪ ପଏଣ୍ଟ ହାସଲ କରିଛି । ଆଗକୁ ଦଳ ୩ଟି ମ୍ୟାଚ୍‌ ଖେଳିବ । ଫଳରେ ୧୦ ପଏଣ୍ଟ ଅର୍ଜନ କରିବା ପାଇଁ ନେଦରଲାଣ୍ଡ ନିକଟରେ ସୁଯୋଗ ରହିଛି । ସେପଟେ ବିଶ୍ୱକପରେ ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇବା ପରେ ଆଫଗାନିସ୍ତାନର ମନୋବଳ ଦୃଢ ରହିଛି ।

    ଆଫଗାନିସ୍ତାନ ଦଳରେ ରସିଦ ଖାନ ଓ ମୁଜିବ ଉର ରେହମାନଙ୍କ ଭଳି ପ୍ରସିଦ୍ଧ ସ୍ପିନର ରହିଥିବାରୁ ଆଫଗାନିସ୍ତାନର ବିଜୟ ସମ୍ଭାବନା ଅଧିକ ରହିଛି । ମୁଜିବ ଗୋଟିଏ ୱିକେଟ୍‌ ନେଲେ ୧୦୦ଦିନିକିଆ ୱିକେଟ୍‌ କ୍ଲବ୍‌ରେ ସ୍ଥାନ ପାଇବେ । ଆଫଗାନିସ୍ତାନର ଚତୁର୍ଥ ବୋଲର ଭାବେ ସେ ଏହି ସଫଳତା ଅର୍ଜନ କରିବେ । ସେହିପରି ମଧ୍ୟକ୍ରମ ବ୍ୟାଟର ରହମତ ଶାହ ୯୫ରନ୍‌ କଲେ ୪୦୦୦ ଦିନିକିଆ ରନ୍‌ ପୂରଣ କରିବେ । ନେଦରଲାଣ୍ଡ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇ ସାରିଛି । ତେଣୁ ଆଫଗାନିସ୍ତାନକୁ ହରାଇବା ଭଳି କ୍ଷମତା ଦଳ ନିକଟରେ ରହିଛି । ଅଧିନାୟକ ସ୍କଟ୍‌ ଏଡୱାର୍ଡ୍ସ ଆଫଗାନିସ୍ତାନ ବିପକ୍ଷରେ ୩ଟି ମ୍ୟାଚ୍‌ ଖେଳିଛନ୍ତି ଓ ପ୍ରତ୍ୟେକ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।

    | 12:01 PM, Fri Nov 03, 2023

  • ସାମିଙ୍କ ବିଶ୍ୱ ରେକର୍ଡ;ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ନେଇ ହେଲେ ନଂ୧ ବୋଲର

    ଓଡ଼ିଶା 365(ବ୍ୟୁରୋ): ମୁମ୍ୱାଇ ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ୩୦୨ ରନ୍ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତି ଇତିହାସ ରଚିବା ସହ ବିଶ୍ୱକପରେ ପ୍ରଥମ ଦଳଭାବେ ସେମିରେ ପ୍ରବେଶ କରିଛି ଭାରତ। ଶ୍ରୀଲଙ୍କା ବିପକ୍ଷରେ ୧୮ରନ୍ ଦେଇ ସାମି ୫ଟି ଓ୍ୱିକେଟ୍ ନେବା ସହ ବିଜୟର ହିରୋ ସାଜିଛନ୍ତି। ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାତେଇଛନ୍ତି। ଭାରତୀୟ ବୋଲର ଭାବେ ସାମି ବିଶ୍ୱକପରେ ସର୍ବାଧିକ ୱିକେଟ୍ ଅକ୍ତିଆର କରିଛନ୍ତି । ବିଶ୍ୱକପରେ ମୋଟ ୪୫ଟି ୱିକେଟ ନେଇ ସେ ନୂଆ ରେକର୍ଡ କରିଛନ୍ତି । ଫଳରେ ସେ ଶ୍ରୀନାଥ ଓ ଜାହିର ଖାନଙ୍କ ରେକର୍ଡକୁ ଅତିକ୍ରମ କରି ବିଶ୍ୱକପରେ ପାଲଟିଛନ୍ତି ନମ୍ବର ୱାନ୍ ବୋଲର। ଜାହିର ୨୩ଟି ଇନିଂସରେ ୪୪ଟି ୱିକେଟ୍ ନେଇଥିବା ବେଳେ ଶ୍ରୀନାଥ ୩୩ଟି ଇନିଂସରେ ୪୪ଟି ୱିକେଟ ନେଇଥିଲେ । ସାମି ମାତ୍ର ୧୪ଟି ଇନିଂସରେ ୪୪ଟି ୱିକେଟ୍ ହାସଲ କରିଛନ୍ତି । ଅକ୍ଟୋବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରେ ସାମି ୫ଟି ୱିକେଟ୍ , ଅକ୍ଟୋବର ୨୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ୪ଟି ୱିକେଟ୍ ହାସଲ କରିଥିଲେ । ବିଶ୍ୱକପ୍ ୨୦୨୩ର ୩ଟି ମ୍ୟାଚ୍ ଖେଳି ସାମି ଏଯାଏ ମୋଟ୍ ୧୪ଟି ଓ୍ୱିକେଟ୍ ହାସଲ କରିଛନ୍ତି। କ୍ରିକେଟ୍ ପ୍ରଶଂସକ କହୁଛନ୍ତି ସାବାସ ସାମି। ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ରବିବାର ଦ.ଆଫ୍ରିକା ବିପକ୍ଷରେ ଖେଳିବ । ସେଥିରେ ସାମିଙ୍କ ଜଲଓ୍ୱା ଦେଖିବାକୁ କ୍ରିକେଟ୍ ପ୍ରଶଂସକଙ୍କ ଅପେକ୍ଷା।

    | 11:56 AM, Fri Nov 03, 2023

  • ସାମି-ସିରାଜ ଝଡ଼ରେ ସିଂହଳ ଟିମ୍ ଧରାଶାୟୀ; ୩୦୨ରନ୍ ବ୍ୟବଧାନରେ ଜିତିଲା ଭାରତ

    ଓଡ଼ିଶା 365(ବ୍ୟୁରୋ): ବିଶ୍ୱକପରେ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଛି ଭାରତ। ମୁମ୍ୱାଇ ୱାଙ୍ଖଡେ ଷ୍ଟାଡିୟମରେ ଦମଦାର ବ୍ୟାଟିଂ କରିଥି୍ଲେ ବିରାଟ,ଶୁଭମନ ଗିଲ୍ ଓ ଆୟାର। ସାମି ଏବଂ ସିରାଜ ମଧ୍ୟ କରିଥିଲେ ଘାତକ ବୋଲିଂ । ଫଳରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯଆଇଥିଲା ଶ୍ରୀଲଙ୍କା । ଭାରତ ବିଶ୍ୱକପରେ ୩୦୨ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ଇତିହାସ ରଚିଛି। ୧୮ରନ୍ ଦେଇ ସାମି ୫ଓ୍ୱିକେଟ୍ ନେବା ସହ ବିଜୟର ହିରୋ ସାଜିଥିଲେ। ଫଳରେ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି। ଭାରତୀୟ ବୋଲର ଭାବେ ସାମି ବିଶ୍ୱକପରେ ସର୍ବାଧିକ ୱିକେଟ୍ ଅକ୍ତିଆର କରିଛନ୍ତି । ବିଶ୍ୱକପରେ ମୋଟ ୪୫ଟି ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି । ଫଳରେ ସାମି ଜଭାଗଲ ଶ୍ରୀନାଥ ଓ ଜାହିର ଖାନଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ଶ୍ରୀଲଙ୍କା ଆଗରେ ୩୫୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।

    ମୋଟ୍ ଉପରେ ଭାରତ କ୍ରିକେଟ୍ ଇତିହାସରେ ଦ୍ଵିତୀୟ ସର୍ବବୃହତ ବିଜୟ ହାସଲ କରିଛି। ୧୪ ପଏଣ୍ଟ ସହ ପ୍ରଥମ ଦଳ ଭାବେ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ମ୍ୟାଚ୍ ହାରି ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି ସିଂହଳୀ ଟିମ୍। ପ୍ରଥମେ ବ୍ୟାଟିଂ କରି ଭାରତ ଶୁଭମନ ଗିଲ୍‌ଙ୍କ ୯୨ ରନ, ବିରାଟ କୋହଲିଙ୍କ ୮୮ ରନ ଓ ଶ୍ରେୟସ ଆୟଙ୍କ ବିସ୍ଫୋରକ ୮୨ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ୮ ଓ୍ଵିକେଟ୍ ୩୫୭ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କ ନିକଟରେ ଆତ୍ମ ସମର୍ପଣ କରି ୧୯.୪ ଓଭରରେ ୫୫ ରନରେ ଅଲଆଉଟ୍ ହୋଇଛନ୍ତି। ଦିନିକିଆ ଇତିହାସରେ ଶ୍ରୀଲଙ୍କାର ଏହା ତୃତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଶ୍ରୀଲଙ୍କା ୨୦୧୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ୍ ହୋଇଥିଲା। କିନ୍ତୁ ଦିନିକିଆ ବିଶ୍ଵକପରେ ଶ୍ରୀଲଙ୍କାର ୫୫ ରନ ହେଉଛି ସର୍ବନିମ୍ନ ସ୍କୋର। ଏହା ସହିତ ବିଶ୍ଵକପ୍ ଇତିହାସରେ ଏହା ହେଉଛି ତୃତୀୟ ସର୍ବନିମ୍ନ ସ୍କୋର।ଭାରତ ପକ୍ଷରୁ ସାମି ୫,ମହମ୍ମଦ ସିରାଜ ୩,ବୁମରା ୧,ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ୱିକେଟ ମିଳିଥିଲା। ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ରବିବାର ଦ.ଆଫ୍ରିକା ବିପକ୍ଷରେ ଖେଳିବ।

    | 11:17 AM, Fri Nov 03, 2023

  • ଶୁଭମନଙ୍କ ଆଉଟରେ କାନ୍ଦିଲେ ସାରା

    ଓଡ଼ିଶା 365(ବ୍ୟୁରୋ): ପ୍ରେମ ଯିଏ କରିଛି ସିଏ ଜାଣିଛି ତାର ଗଭୀରତା କେତେ । ପ୍ରେମିକ ହେଉ ଅବା ପ୍ରେମିକା କୌଣସି କାରଣରୁ କାହାର ମନ ଭାଙ୍ଗିଗଲେ ଆଉ ଜଣଙ୍କ ଦୃଦୟ ଭାଙ୍ଗିଯାଏ । ଜଣଙ୍କର ଟିକେ ଦୁଃଖରେ ଆଉଜଣଙ୍କ ଆଖିରେ ଲୁହ ଜକେଇ ହୋଇଆସେ । ଯାହା ଦେଖିବାକୁ ମିଳିଛି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ବିଶ୍ୱକପ୍ ଲିଗ୍ ମୁକାବିଲାରେ । ଦମଦାର ଶଟ୍ ଖେଳୁଥିବା ଭାରତର ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ୯୨ ରନରେ ଆଉଟ ହୋଇଯାଇଥିଲେ । ଛକା, ଚଉକା ବର୍ଷା କରି ଦର୍ଶକଙ୍କ ମନ ଜିତିବା ସହ ସାରାଙ୍କ ମନରେ ପ୍ରେମର ଭାବନାକୁ ଉଷ୍ମ କରୁଥିଲେ । ମାତ୍ର ତାଙ୍କ ଆଉଟ ସାରାଙ୍କ ଶରୀରରେ ଶର ଭେଦିବା ପରି ଲାଗିଥିଲା । ଶୁଭମନ ପ୍ୟାଭିଲିଅନ ଫେରୁଥିବା ବେଳେ ଦେଖିବାକୁ ମିଳିଥିଲା କିଛି ଅଜବ ଦୃଶ୍ୟ। ପ୍ୟାଭିଲିୟନରେ ବସିଥିବା ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ। ଶୁଭମନଙ୍କ ଆଉଟ ହେବା ଦେଖି କାନ୍ଦି ପକାଇଥିଲେ ସାରା । କିନ୍ତୁ ଚେୟାରରୁ ଉଠି ତାଳି ମଧ୍ୟ ମାରିଥିଲେ ତାଙ୍କ ଦମଦାର ପ୍ରଦର୍ଶନ ପାଇଁ। ଆପଣ ଜାଣିଥିବେ ସାରା ଏବଂ ଗିଲଙ୍କ ମଧ୍ୟରେ ଚାଲିଛି ଲଭ୍ ଆଫାୟାର୍ । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହେଉଛି । ଉଭୟ ଡେଟ କରିବା ସହ ସେମାନଙ୍କ ଫଟୋ ବି ସମୟ ସମୟରେ ସାମ୍ନାକୁ ଆସୁଛି । ସାରାଙ୍କ କାନ୍ଦକାନ୍ଦ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

    | 18:08 PM, Thu Nov 02, 2023

KABADDI NEWS