Saturday, May 18, 2024

Logo
google-add

୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ

| 10:57 AM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ) : ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ । ୨ କେଜିରୁ ଅଧିକ ପରିମାଣର କୋକେନ୍ ଜବତ କରିଛି ଏନସିବି । ଯାହାର ଆନୁମାନିକ ମୂଲ୍ୟ ୧୫ କୋଟିରୁ ଅଧିକ ।ଏହା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋକୁ ବଡ ସଫଳତା । ମୁମ୍ବାଇର ଏକ ହୋଟେଲରୁ ଏହି କୋକେନ ଜବତ କରାଯିବା ସହ ୨ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଏହି ମାମଲା କେବଳ ଦିଲ୍ଲୀ ମୁମ୍ବାଇ ନୁହେଁ ବରଂ ଦେଶର ଅନେକ ବଡ ବଡ ସହରରେ ଚେର ଲମ୍ବିଥିବା ଜାଣିବାକୁ ପାଇଛି ଏନସିବି । ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଯୋରଦାର ଜାରି ରହିଛି । ତେବେ ଚଳିତ ୯ ତାରିଖ ଦିନ ଜଣେ ଜାମ୍ବିଆ ନାଗରିକଙ୍କ ନିକଟରୁ ୨ କେଜି କୋକେନ ଜବତ କରିବା ପରେ ଜଣଙ୍କୁ ଗିରଫ କରିଥିଲା ଏନସିବି ।

ଘଟଣାସ୍ଥଳରୁ ଫେରାର ମାରିଥିଲେ ସୁଦ୍ଧା ୧୧ ତାରିଖ ବିଳମ୍ୱିତ ରାତ୍ରିରେ ତାଞ୍ଜାନିଆର ଆଉ ଜଣେ ମହିଳା ଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ତେବେ ବିଦେଶରୁ ଏମାନେ କୋକେନ ଆଣି ଭାରତରେ ବିକ୍ରି କରୁଥିବା ସୂଚନା ରହିଛି । ଏହି ଡ୍ରଗ୍ସରେ ଲିଙ୍କ ଦେଶର ବଡ ବଡ ସହର ମୁମ୍ବାଇ, ଦିଲ୍ଲୀ, ଗୋଆ, ବେଙ୍ଗାଲୁରୁ ସମେତ ଅନେକ ସ୍ଥାନ ଯାଏ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଏନେଇ ସୂଚନା ଦେଇଛନ୍ତି ଏନସିବି ମୁମ୍ବାଇ ଜୋନାଲ ଡିରେକ୍ଟର ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add