Saturday, May 18, 2024

Logo
google-add

ଆଜି ବିଶ୍ୱ ମଧୁମେହ ଦିବସ

| 11:38 AM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ) : ଆଜି ବିଶ୍ୱ ମଧୁମେହ ଦିବସ । ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ନେଇ ବାର୍ତ୍ତା ଦେଇଛି । ତେବେ ଉଚ୍ଚ ରକ୍ତ ଶର୍କରା ଯୋଗୁ ଏହାର ପ୍ରଭାବ ଶରୀର ଉପରେ ବେଶି ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, ହୃଦଘାତ, କିଡନୀ ରୋଗ ଭଳି ବଡ଼ ରୋଗର ଶିକାର ହେବାକୁ ପଡିଥାଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ କେବଳ ମଧୁମେହରେ ପିଡ଼ିତ ୨୦୧୬ ରେ ପ୍ରାଣ ହରାଇଥିଲେ ୧୬ ଲକ୍ଷ ଲୋକ । ଏହାର ପ୍ରଭାବ ଏପରି ଯେ ଆସନ୍ତା ୨୦୨୪ ବେଳକୁ ବିଶ୍ୱର ପ୍ରାୟ ୬୩ କୋଟି ଲୋକ ମଧୁମେହରେ ପୀଡିତ ହେବେ ।

ଚିନିର ବ୍ୟବହାର କମ କରିବା, ନିୟମିତ କାମ କରିବା, ଯଥେଷ୍ଟ ପାନୀୟ ଜଳ ପିଇବା, ଶରୀର ଓଜନ ଯାଞ୍ଚ କରିବା, ଧୂମପାନ ତ୍ୟାଗ କରିବା, ଭିଟାମିନ-ଡି ସ୍ତର ସଠିକ୍ ରଖିବା, ଭିଟାମିନଯୁକ୍ତ ଶାଗ ସମେତ ଅନ୍ୟାନ୍ୟ ସବୁଜ ପରିବା ଖାଇବା ଦ୍ୱାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ । ୧୯୫୦ରେ ଆମଷ୍ଟରଡ୍ୟାମରେ ଆନ୍ତର୍ଜାତିକ ମଧୁମେହ ମହାସଙ୍ଘ ବା ଆଇଡିଏଫ ପ୍ରତିଷ୍ଠା ହୋଇଥିଲା । ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହଭାଗିତାରେ ୧୯୯୧ରେ ବିଶ୍ବ ମଧୁମେହ ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୦୬ରେ ଜାତିସଂଘ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ୧୪ ନଭେମ୍ବରକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଇଆସୁଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add