Saturday, May 18, 2024

Logo
google-add

ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା: ବଢିଲା ଗ୍ୟାସ୍ ଦର

| 10:56 AM, Wed Nov 01, 2023

ଓଡ଼ିଶା 365 (ବ୍ୟୁରୋ): ଦୀପାବଳି ପୂର୍ବରୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର । ବ୍ୟବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି । ୧୯ କେଜି ଏଲପିଜି ଗ୍ୟାସ ଦରରେ ୧୦୩ ଟଙ୍କା ବୃଦ୍ଧି ହୋଇଛି । ଦର ବଢିବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ଦର ୧୮୩୩ ଟଙ୍କାରେ ପହଂଚିଛି । ପୂର୍ବରୁ ଦିଲ୍ଲୀରେ ଏହି ଦର ଥିଲା ୧୭୩୧ ଟଙ୍କା । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ୟପଟେ ନୂଆ ଦର ହିସାବରେ ଦେଶର ବିଭିନ୍ନ ସ୍ଥାନରେ ଦର ବୃଦ୍ଧି ହୋଇଛି । ହେଲେ ଘରୋଇ ରୋଷେଇ ଗ୍ୟାସ ଦର ଅପରିବର୍ତିତ ରହିଛି । ପ୍ରତି ମାସ ପହିଲାରେ ଗ୍ୟାସ୍ ଦରରେ ପରିବର୍ତ୍ତନ ହୋଇଥାଏ । ଗତ କିଛି ଦିନ ତଳେ ଗ୍ୟାସ୍ ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ପୁଣି ଗ୍ୟାସ୍ ଦର ବୃଦ୍ଧି ପାଇଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add