Saturday, May 18, 2024

Logo
google-add

ଅଗ୍ନିକାଣ୍ଡରେ ଜଳିଗଲା ଅନେକ ବସ୍

| 13:36 PM, Mon Oct 30, 2023

ଓଡ଼ିଶା 365(ବ୍ୟୁରୋ): ବେଙ୍ଗାଲୁରୁର ବିରଭଦ୍ରନଗର ନିକଟରେ ଥିବା ଏକ ଗ୍ୟାରେଜରେ ବଡ଼ ଧରଣର ଅଗ୍ନିକାଣ୍ଡ । ଗ୍ୟାରେଜ ନିକଟରେ ଥିବା ଅନେକ ବସରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ଅନେକ ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ତେବେ ଗ୍ୟାରେଜରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add