Saturday, May 18, 2024

Logo
google-add

ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ନେଇ ଜାଣିନାହାନ୍ତି ଶରତ: କହିଲେ ସଭାପତି ନାହାନ୍ତି, ଆନ୍ଦୋଳନ କିଏ କରୁଥିଲା ?

Rasmi Ranjan Rout | 17:07 PM, Fri Oct 13, 2023

ଓଡ଼ିଶା 365 (ବ୍ୟୁରୋ): ଅଣ ଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ ଓ ଛାତ୍ରଛାତ୍ରୀଙ୍କ ମେଧା ବୃତି ହରିଲୁଟ ଭଳି ଅଭିଯୋଗରେ ଆଜି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା ଯୁବ କଂଗ୍ରେସ । ମାତ୍ର ତାହା ପଣ୍ଡ ହୋଇଛି। ପୋଲିସ ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା କର୍ମୀ ଆଣିଥିବା ବ୍ୟାନର ଜବତ କରିଛି। ପୋଲିସ ପ୍ରଶାସନର ତତକ୍ଷଣାତ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସତେ ଯେମିତି ଗୁଇନ୍ଦା ସୂଚନା ପାଇ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ କମିଶନରେଟ ପୋଲିସର ବଡ଼ ବଡ଼ ଅଧିକାରୀ । ତେବେ ରାଜଧାନୀରେ ଭୁବନେଶ୍ୱରେ ଯୁବ କଂଗ୍ରେସର ଏପରି ଆନ୍ଦୋଳନ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। 

ଏତିକିବେଳେ ଯୁବ କଂଗ୍ରେସର ଆନ୍ଦୋଳନ ନେଇ ବଡ଼ ବୟାନ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ନବୀନ ନିବାସ ଘେରାଉ ସଂପର୍କରେ ସେ କିଛି ଜାଣି ନାହାନ୍ତି । ଦଳର ଯୁବ ସଭାପତି ଆନ୍ଦୋଳନରେ ନଥିବାବେଳେ ଆନ୍ଦୋଳନକାରୀମାନେ କିଏ, ଲେଟ୍ ମି ଚେକ୍ ବି ବୋଲି କହିଛନ୍ତି ଶରତ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add