Saturday, May 18, 2024

Logo
google-add

ମୋକିମ୍ ଗଣିବେ ୧୦ ହଜାର ତଣ୍ଡ

| 15:59 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ) : ଅଡ଼ୁଆରେ ବିଧାୟକ ମହମ୍ମଦ ମୋକିମ୍ । ହଁ ଆଜ୍ଞା ୧୦ ହଜାର ଟଙ୍କାର ତଣ୍ଡ ଦେବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ମୋକିମ୍ ୨୦୧୯ ନିର୍ବାଚନରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବିଜେଡି ନେତା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ସେହି କ୍ରମରେ ମହମ୍ମଦ ମୋକିମଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନା କରିବା ପାଇଁ ଧାର୍ଯ୍ୟ ହୋଇଥିଲା ।

ସ୍ୱାସ୍ଥ୍ୟଗତ ସମସ୍ୟାରୁ ୧୫ଦିନ ସମୟ ମାଗିବାରୁ କୋର୍ଟ ମୋକିମଙ୍କ ଉପରେ ଏହି ଫାଇନ ଲଗାଇଛନ୍ତି । କୋର୍ଟ ତାଙ୍କୁ ୭ଦିନ ସମୟ ଦେବା ସହ ଆସନ୍ତା ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ମଧ୍ୟ ମହମ୍ମଦ ମୋକିମକୁ ଦୁଇ ଦୁଇଥର ଅର୍ଥ ଦଣ୍ଡ କରିସାରିଛନ୍ତି ହାଇକୋର୍ଟ ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add