Saturday, May 18, 2024

Logo
google-add

ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ

Rasmi Ranjan Rout | 16:41 PM, Fri Oct 13, 2023

ଓଡ଼ିଶା 365 (ବ୍ୟୁରୋ): ସମ୍ବଲପୁରର ବିଜେପି ସାଂସଦ ନୀତିଶ ଗଙ୍ଗଦେବ ଲୋକପ୍ରିୟତା ହରାଇ ସାରିଛନ୍ତି । ସେ ସାଂସଦ ଭାବେ ଛିଡା ହେଲେ ହାରିବେ ଓ ବିଧାୟକ ଭାବେ ଛିଡା ହେଲେ ମଧ୍ୟ ହାରିବେ । ସେ ଛିଡା ହେଲେ ଏକପ୍ରକାର ହାରିବାଟା ନିଶ୍ଚିତ। ମଣମାଧ୍ୟମରେ ଏଭଳି ବୟାନ ରଖିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସୁବାସ କହିଛନ୍ତି, ପାରିବାରିକ ବିବାଦ କାରଣରୁ ନୀତିଶଙ୍କର ଆଉ ଆଗପରି ଲୋକପ୍ରିୟତା ନାହିଁ । ତେଣୁ ସେ ଛିଡା ହେଲେ ହାରିବା ପକ୍କା । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଲଢେଇ କାରଣରୁ ନୀତିଶ ଲୋକପ୍ରିୟତା ହରାଇଛନ୍ତି । ପାରିବାରିକ ବିବାଦ ବଢିବା ପରେ ସାଂସଦ ନୀତିଶ ଗଙ୍ଗଦେବ ଲୋକଙ୍କ ପାଖକୁ ଯାଉନାହାନ୍ତି କି ଲୋକଙ୍କ ସାଥୀରେ ଛିଡା ହେଉନାହାନ୍ତି । କୌଣସି କାମ କରୁନଥିବାରୁ ଲୋକ ତାଙ୍କୁ ଘୃଣା କରୁଛନ୍ତି । ଦେବଗଡରୁ ମଧ୍ୟ ସେ ବିଧାୟକ ଛିଡା ହେବେନି । ତାଙ୍କର ପତ୍ନୀ ଦେବଗଡରୁ ବିଜେଡି ଟିକେଟରୁ ଛିଡା ହେବେ ବୋଲି କହୁଛନ୍ତି । ଏବେ ନୀତିଶ ଗୃହବନ୍ଦୀ ହୋଇ ରହିବେ । ନୀତିଶ ଆଉ ନିର୍ବାଚନ ନ ଲଢିବା ଭଲ । ମୁଁ ଦେବଗଡରୁ ଓ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢିବେ ବୋଲି କହିଛନ୍ତି ସୁବାସ ।

ସୂଚନାଯୋଗ୍ୟ, ପୂର୍ବରୁ ସୁବାସ କହିଥିଲେ, ସମ୍ବଲପୁର ଧର୍ମେନ୍ଦ୍ରଙ୍କ ପାଇଁ ସୁବୁଠୁ ସୁରକ୍ଷିତ ଆସନ । ସମ୍ବଲପୁରୁ ନିର୍ବାଚନ ଲଢନ୍ତୁ ଧର୍ମେନ୍ଦ୍ର । ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଯିଏ ଲଢିବ ତାହାର ପରାଜୟ ନିଶ୍ଚିତ । ଧର୍ମେନ୍ଦ୍ରଙ୍କ ବ୍ୟକ୍ତିତ୍ଵ ଓ ଲୋକପ୍ରିୟତା ଯୋଗୁଁ ରାଜ୍ୟରେ ସେ ଯେଉଁଠୁ ଛିଡ଼ା ହେବେ ଜିତିବେ। ଦେବଗଡ଼ ସଂସଦୀୟ କ୍ଷେତ୍ର ଥିବାବେଳେ ଏଠାରୁ ଲଢି ଧର୍ମେନ୍ଦ୍ର ଜିତିଥିଲେ । ସେତେବେଳେ ଏଠାରେ ଅନେକ କାମ ହୋଇଛି । ବିଜେପି ମଧ୍ୟ ଚାହୁଁଛି ସମ୍ବଲପୁରରୁ ଲଢନ୍ତୁ ଧର୍ମେନ୍ଦ୍ର ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add