Saturday, May 18, 2024

Logo
google-add

୨୧ରେ ଉପବାଚସ୍ପତି ନିର୍ବାଚନ

| 14:26 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ) : ନଭେମ୍ବର ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ। ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବା ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଜରିଆରେ ଆବଗତ କରିଛନ୍ତି ବିଧାନସଭା ସଚିବ। ୨୦ ତାରିଖ ମଧ୍ୟାହ୍ନ ୧୨ଟା ସୁ୍ଦ୍ଧା ନାମାଙ୍କନ ଦାଖଲ କରିବେ ସଦସ୍ୟ । । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପବାଚସ୍ପତି ପଦ। ସୂଚନାଯୋଗ୍ୟ, ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ କିଛି ଦିନ ତଳେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ବାଚସ୍ପତି ମଲ୍ଲିକଙ୍କୁୁ ଭେଟି ନିଜ ଇସ୍ତଫାପତ୍ର ଦେଇଥିଲେ। ସେ କହିଥିଲେ ଯେ ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି। ଆଖି ଆଗରେ ନିର୍ବାଚନ ଅଛି। ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି। ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଥିବା ବେଳେ  ୨୦୧୯ ଜୁନ୍ ମାସରୁ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add