Saturday, May 18, 2024

Logo
google-add

ଆଇସିସିରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିଦା

| 10:08 AM, Sat Nov 11, 2023

ଓଡ଼ିଶା 365 (ବ୍ୟୁରୋ): ଜାରି ରହିଛି ଦିନିକିଆ ବିଶ୍ୱକପ୍ ମହାସମର । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ଆଇସିସିରୁ ବାଦ ପଡିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାର ନିରାଶାଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟରେ ଆରମ୍ଭ ହୋଇଥିବା ହଲଚଲ ଭିତରେ ଆଇସିସି ଦେଇଛି ବଡ ଝଟକା । ଶ୍ରୀଲଙ୍କା କ୍ରିକେଟକୁ ଇଂଟରନ୍ୟାସନାଲ କ୍ରିକେଟ କାଉନସିଲ ନିଲମ୍ବିତ କରିଛି । ଗୁରୁବାର ଶ୍ରୀଲଙ୍କା ସରକାର ସର୍ବସମ୍ମତିକ୍ରମେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରିବା ପରେ ଆଇସିସି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଇସିସି ପକ୍ଷରୁ କୁହାଯାଇଛି ଶ୍ରୀଲଙ୍କା କ୍ରିକଟରେ ବ୍ୟାପକ ସରକାରୀ ହସ୍ତେକ୍ଷପ ହେଉଛି ।

ଆଇସିସି ବୋର୍ଡ ବୈଠକ ଏହି ନିଷ୍କର୍ସରେ ପହଂଚିଥିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଇସିସି ସଦସ୍ୟ ଭାବେ ଥିବା ନିଜ ଦାୟିତ୍ୱ ଠିକରେ ତୁଳାଇ ନାହିଁ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସ୍ୱତନ୍ତ୍ର ଭାବେ ନିଜେ ସବୁ ସମସ୍ୟାର ସମାଧାନ କରିବା ଉଚିତ । ଏହାଛଡା କ୍ରିକେଟ ପ୍ରଶାସନରେ କିମ୍ବା ପରିଚାଳନାରେ ଯେମିତି ସରକାରୀ ହସ୍ତକ୍ଷେପ ନହେବ ତାହା ମଧ୍ୟ ସୁନିଶ୍ଚିତ କରିବା ଜରୁରୀ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏସବୁ ସର୍ତ ଉଲ୍ଲଂଘନ କରିଥିବା ଦର୍ଶାଇ ଆଇସିସି ବୋର୍ଡ ବୈଠକରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add