Saturday, May 18, 2024

Logo
google-add

ବିଶ୍ୱକପ ୨୦୨୩ରେ ଦେଖିବାକୁ ମିଳିବ ହଲିଉଡ୍‌ ଷ୍ଟାରଙ୍କ ଜଲଓ୍ୱା

| 12:34 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିଶ୍ୱକପ ୨୦୨୩ । ଏହାକୁ ନେଇ ଦର୍ଶକମାନଙ୍କ ମନରେ ଭରିରହିଛି ଅପେକ କ୍ରେଜ । ଦିୱାଲୀ ଦିନ ଭାରତୀୟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟ ହାସଲ କରିଥିଲା । ହେଲେ ଗତକାଲି ଅର୍ଥାତ୍ ୧୫ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ମୁମ୍ୱାଇର ଓ୍ୱାଙ୍ଖଡେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ । ଏହାପରେ ୧୬ତାରିଖରେ ଅଷ୍ଟ୍ରେଲିଆ-ଦ.ଆଫ୍ରିକା କୋଲକାତା ଇର୍ଡେନ ଗାର୍ଡେନରେ ଦ୍ୱିତୀୟ ସେମି ମ୍ୟାଚ୍ ଖେଳିବ। ୧୯ ନଭେମ୍ବର ଗୁଜୁରାଟର ଅହମଦାବାଦ ନରେନ୍ଦ୍ରମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଯାହାକୁ ଦେଖିବା ପାଇଁ ଦର୍ଶକମାନେ ଚାତକ ପରି ଚାହିଁ ବସିଛନ୍ତି ।

ହେଲେ ଖେଳପ୍ରେମୀଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର ଆସିଛି । ଏହି ମ୍ୟାଚର କ୍ଲୋଜିଂ ଇଭେଣ୍ଟରେ ଜଣେ ବଡ ଆନ୍ତର୍ଜାତୀୟ ଗାୟିକାଙ୍କୁ ଦେଖିବାକୁ ମିଳିବ । ଯିଏକି ତାଙ୍କ ପ୍ରଦର୍ଶନ ସହିତ ଇଭେଣ୍ଟରେ ଗ୍ଲାମର ଯୋଡିଥିବାର ନଜର ଆସିବେ। ଏହି ଆନ୍ତର୍ଜାତୀୟ ତାରକା ହେଉଛନ୍ତି ଦୁଆ ଲିପା । ଲିପା ଜଣେ ଆଲବନିଆର ପ୍ରସିଦ୍ଧ ଗାୟିକା ଏହାସହ ସେ ହଲିଉଡ ଅଭିନେତ୍ରୀ । ତାଙ୍କୁ ‘ବାର୍ବୀ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏଥି ସହିତ ୧୯ ନଭେମ୍ବରରେ ବିଶ୍ୱକପର ସମାରୋହରେ ସେ ପରଫମାନ୍ସ କରୁଥିବା ଦେଖିବାକୁ ମିଳିବ ହୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଅନ୍ୟପଟେ, ଦୁଆ କହିଛନ୍ତି ଯେ ସେ ଅଧିକ କ୍ରିକେଟ୍ ଦେଖନ୍ତି ନାହିଁ କିନ୍ତୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ହେଉଛନ୍ତି ତାଙ୍କର ପ୍ରିୟ କ୍ରିକେଟର। ସେଥିପାଇଁ ସେ ଯୋଗ ଦେଉଛନ୍ତି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add