Saturday, May 18, 2024

Logo
google-add

କ୍ୟାନ୍ସରରେ ପିଡିତ ହେଲେ ଟିଭି ସିରିଏଲର ଲୋକପ୍ରିୟ ଅଭିନେତ୍ରୀ ଡଲି ସୋହି

| 15:49 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ):କ୍ୟାନ୍ସରରେ ପିଡିତ ହେଲେ ଟିଭି ସିରିଏଲର ଲୋକପ୍ରିୟ ଅଭିନେତ୍ରୀ ଡଲି ସୋହି । ସେ ବର୍ତ୍ତମାନ ସର୍ଭାଇକାଲ୍‌ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । ଅଭିନେତ୍ରୀ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ପୋଷ୍ଟ୍‍ କରି ଏକ ଭାବପ୍ରବଣ ନୋଟ୍‌ ଲେଖିଛନ୍ତି। ଏହାସହିତ ସେ ନିଜର ଏକ ଲଣ୍ଡା ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଚିହ୍ନିବା ବହୁତ୍ କଷ୍ଟକର ହୋଇପଡିଛି । ସେ ଲେଖିଛନ୍ତି ଯେ, "ମୋ ପାଇଁ ପ୍ରାର୍ଥନା କରିଥିବାରୁ ଏବଂ ଭଲ ପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ମୋ ଜୀବନ ଏକ ରୋଲର୍‌ କୋଷ୍ଟର ପରି ହୋଇଛି। ଯଦି ଆପଣଙ୍କ ପାଖରେ ଏହାସହ ଲଢ଼ିବା ପାଇଁ ଶକ୍ତି ଅଛି, ତା’ ହେଲେ ଆପଣଙ୍କ ଯାତ୍ରା ସହଜ ହେବ। ଏହା ଆପଣଙ୍କ ଉପରେ ନିର୍ଭର କରେ କି, ଆପଣ କ’ଣ ବାଛୁଛନ୍ତି ? ସମସ୍ୟାର ଶିକାର (କ୍ୟାନ୍ସର) ନା ସମସ୍ୟାରୁ ଦୂରେଇ ରହିବା।"

ଡଲି ଆହୁରି କହିଛନ୍ତି ଯେ, ପ୍ରାୟ ୬-୭ ମାସ ତଳେ ତାଙ୍କ ଶରୀରରେ କ୍ୟାନ୍ସର ଲକ୍ଷଣ ଦେଖାଦେଇଥିଲା , ଯାହାକୁ ସେ ଅଣଦେଖା କରି ଦେଇଥିଲେ। ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଯନ୍ତ୍ରଣା ଅସହ୍ୟ ;ହବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଶେଷରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ସର୍ଭାଇକାଲ୍‌ କ୍ୟାନ୍ସର ହୋଇଛି।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add