Saturday, May 18, 2024

Logo
google-add

ନିଶା କରୁଛି ସର୍ବନାସ

| 12:57 PM, Thu Nov 09, 2023

ଓଡ଼ିଶା 365 (ବ୍ୟୁରୋ) : କେବଳ ରାଜଧାନୀ, ତାନୁହେଁ ପୁରା ଓଡ଼ିଶା ପଡିଛି ନିଶାର କବଳରେ । ଯେଉଁଠି ସରକାର ନିଶାକୁ ପ୍ରୋତ୍ସାହନ ଦେଉଛନ୍ତି ସେଠି ଅନ୍ୟ ମାନଙ୍କ ପାଖରୁବା କଣ ଆଶା କରାଯାଇପାରିବ । ଏକ ସଭ୍ୟ ଅନୁଯାୟୀ ପୁରା ଦେଶରେ ନିଶା କାରବାର ଆଉ ନିଶା ସେବନରେ ଓଡ଼ିଶାର ସ୍ଥାନ ରହିଛି ପ୍ରଥମ । ଆମେ ପୂର୍ବକୁ ଯିବା ନାହିଁ ଗତ କିଛି ଦିନର ଘଟଣାକୁ ଲକ୍ଷ୍ୟକଲେ ଆପଣ ଦେଖିପାରିବେ ମଦପାଇଁ ଟଙ୍କା ନଦେବାରୁ ମାକୁ ହତ୍ୟା କରିଛି ପୁଅ । ରାଜଧାନୀରେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା । ମିଠା ଦୋକାନିକୁ ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିବା ଘଟଣା । ଏପରି ଅନେକ ଘଟଣାମାନ ରହିଛି, ଯାହା ପଛରେ ମୁଖ୍ୟ କାରଣ ହେଉଛି ନିଶା । ଆଉ ଏଥିରେ ଅଧିକ ଯୁବପିଢ଼ି ରହିଛନ୍ତି । ଯେଉଁ ବୟସରେ ପିଲାଙ୍କ ପ୍ରତି ଅଧିକ ସଚେତନ ବା ସମ୍ୱେଦନଶୀଳ ହେବାର ଆବଶ୍ୟକତା ରହିଛି ସେହି ସମୟରେ ପିଲାମାନେ ନିଶାସକ୍ତ ହେଉଛନ୍ତି । ତେବେ କହିବାକୁ ଗଲେ ରାଜ୍ୟର ଭବିଷ୍ୟତ ଏବେ ନଶେଡ଼ି ହୋଇସାରିଛି । ନିଶା ବା ମଦ ରେ ରାଜ୍ୟକୁ ମିଳୁଛି ସର୍ବାଧିକ ରାଜଶ୍ୱ । ଆଉ ଗରିବରେ ଓଡ଼ିଶା ଆଗରେ ।

ରାଜ୍ୟର ଭବିଷ୍ୟତ ଅନ୍ଧାର କହିଲେ ଚଳେ । ଗାଁଠାରୁ ସହର ଏବେ ସବୁଠିଁ ମଦ ହିଁ ମଦ । ସ୍କୁଲ ଠାରୁ ଆରମ୍ଭ କରି କଲେଜ ପଢ଼ୁଆ ପିଲା ପର୍ଯ୍ୟନ୍ତ ସମନ୍ତେ କେଉଁନା କେଉଁ ନିଶା ସହିତ ଜଡିତ ଅଛନ୍ତି । କେତେ ଘର ଉଜୁଡ଼ିଛି ଏହି ନିଶା ପାଇଁ କେତେ ପିଲା ମା ବାପର ଆଶରା ହରାଇଛନ୍ତି ତ ଆଉ କେତେ ଅଭାବର ଶିକାର ହୋଇ ବାଟରୁ ଅବାଟକୁ ଚାଲିଯାଇଛନ୍ତି । କେବଳ ଏଇ ନିଶା ପାଇଁ । ଯଦିଓ ନିଶା ମୁକ୍ତ ପାଇଁ ଅନେକ ସଚେତନତା ଅବଲମ୍ୱନ କରାଯାଇଛି ତେବେ ତା ତୁଳନାରେ ନିଶା ଦ୍ରବ୍ୟର ବିଜ୍ଞାପନ ବୃଦ୍ଦି ପାଇଛି । ସାଧାରଣ ନିରକ୍ଷର, ଦିନମଜୁରୀଆଙ୍କୁ ସେତେ ପ୍ରଭାବ ପକାଉ ନାହିଁ । ତେଣୁ ଏଥି ପ୍ରତି ଯଥେଷ୍ଟ ସଚେତନ ହେବା ଏବଂ କରାଇବାର ଆବଶ୍ୟକତା ରହିଛି । ଯଦି ଏପରି ନହୁଏ ତେବେ ରାଜ୍ୟର ଭବିଷ୍ୟତ ଧରାସାୟୀ ହୋଇପାରେ ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add