ରାଜ୍ୟରେ ୨୫ବର୍ଷ ଧରି ଚାଲିଥିବା ସରକାର ହିସାବ ଦେଇପାରିନାହାନ୍ତି
Editor | 23:11 PM, Tue May 07, 2024
ସପ୍ତାହର ଏହି ୪ଟି ବାରରେ ତୈଳମର୍ଦ୍ଦନ ନିଷିଦ୍ଧ; କାହିଁକି ଜାଣନ୍ତୁ...
ଓଡ଼ିଶା 365 (ବ୍ୟୁରୋ): ଶରୀରରେ ତୈଳମର୍ଦ୍ଦନକୁ କୁହାଯାଏ ‘ତୈଳାଭ୍ୟଙ୍ଗ’। ଏହି ତୈଳାଭ୍ୟଙ୍ଗ ବା ତୈଳମର୍ଦ୍ଦନର ନିର୍ଦ୍ଦିଷ୍ଟ ବିଧି ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଶୀତଦିନେ ଆମର ତ୍ୱକ୍ ବା ଚର୍ମ ଶୁଷ୍କ ହୁଏ। କାରଣ, ଚର୍ମତଳେ ଥିବା ତୈଳଗ୍ରନ୍ଥି ସଂକୁଚିତ ହୋଇଯାଏ। ସେଥିପାଇଁ ଶରୀରରେ ତୈଳମର୍ଦ୍ଦନର ଆବଶ୍ୟକତା ପଡ଼େ। ଶାସ୍ତ୍ରମାନଙ୍କରେ ତୈଳମର୍ଦ୍ଦନର ଅନେକ ବିଧି-ନିଷେଧ ବର୍ଣ୍ଣିତ ଅଛି। ଷଷ୍ଠୀ, ଏକାଦଶୀ, ଦ୍ୱାଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ବ୍ରତ ଓ ଶ୍ରାଦ୍ଧ ଦିନରେ ଶରୀରରେ ତୈଳଲେପନ ବା ତୈଳମର୍ଦ୍ଦନକୁ ନିଷେଧ କରାଯାଇଛି। ସେହିପରି, ରବି, ମଙ୍ଗଳ, ଗୁରୁ ଓ ଶୁକ୍ରବାର ଦିନ ମଧ୍ୟ ତୈଳ ବର୍ଜନୀୟ ବୋଲି ଉଲ୍ଲେଖ ଅଛି। ‘ନିର୍ଣ୍ଣୟସିନ୍ଧୁ’ରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି- ଶରୀରରେ ତୈଳ ଲେପନ କଲେ, ରବିବାରରେ ତାପ, ମଙ୍ଗଳବାରରେ ଆୟୁକ୍ଷୟ, ଗୁରୁବାରରେ ହାନି ଓ ଶୁକ୍ରବାରରେ ଦୁଃଖପ୍ରାପ୍ତି ହୁଏ। ଶରୀରରେ ତୈଳ ଲେପନ କଲେ, ସୋମବାରରେ ଶୋଭା, ବୁଧବାରରେ ଧନ ଓ ଶନିବାରରେ ସୁଖ ପ୍ରାପ୍ତି ହୁଏ।
ଶାସ୍ତ୍ର ମତରେ ଉଲ୍ଲେଖ ଅଛି ଯେ, ନିଷିଦ୍ଧ ବାରରେ ଶରୀରରେ ତୈଳଲେପନ ବା ତୈଳମର୍ଦ୍ଦନ କରିବାକୁ ଚାହିଁଲେ- ରବିବାରରେ ପୁଷ୍ପ, ମଙ୍ଗଳବାରରେ ମାଟି, ଗୁରୁବାରରେ ଦୂବ ଓ ଶୁକ୍ରବାରରେ ଗୋମୟମିଶ୍ରିତ ତୈଳର ଉପଯୋଗ ଦୋଷାବହ ନୁହେଁ। ସେହିପରି, ଗନ୍ଧଯୁକ୍ତ ପୁଷ୍ପରେ ସୁବାସିତ, ଅନ୍ୟ ଆୟୁର୍ବେଦୀୟ ପଦାର୍ଥଯୁକ୍ତ ତୈଳର ଉପଯୋଗ ବାଞ୍ଛନୀୟ।
Trending Tag
ରାଜ୍ୟରେ ବିଜେପି ସରକାର ହେଲେ ମା’ ଉଭଣୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଉପହାର -ଧର୍ମେନ୍ଦ୍ର ପ୍ରଧାନ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ରାଜ୍ୟରେ ବିଜେପି ସରକାର ହେଲେ ମା’ ଉଭଣୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଉପହାର -ଧର୍ମେନ୍ଦ୍ର ପ୍ରଧାନ
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପଞ୍ଜୀକରଣ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଆଜି ବିଶ୍ୱ ମଧୁମେହ ଦିବସ
୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ
ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ
ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା
ନେପାଳରେ କାହିଁକି ବାରମ୍ବାର ହେଉଛି ଭୂମିକମ୍ପ: ଜାଣନ୍ତୁ କାରଣ?
ହମାସର ଦାବି: ଗାଜାର ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ, ୨୦ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ମାନୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ
ଇସ୍ରାଏଲ୍ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
ଦୀଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୁନ 1 ତାରିଖ ପର୍ଯ୍ୟନ୍ତ ମିଳିଲା ଅନ୍ତରୀଣ ଜାମିନ