Saturday, May 18, 2024

Logo
google-add

ଗର୍ଭାବସ୍ଥାରେ ଖାଆନ୍ତୁ ତୁଳସୀ; ଆପଣଙ୍କ ପିଲା ରହିବ ସୁସ୍ଥ

| 18:10 PM, Sat Nov 11, 2023

ଓଡ଼ିଶା 365 (ବ୍ୟୁରୋ) : ତୁଳସୀ ଏକ ଔଷଧୀୟ ବୃକ୍ଷ । ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି । ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ । ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ । ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ଔଷଧ ବାରଣ ଥିଲେ ମଧ୍ୟ ତୁଳସୀର ବାରଣ ନ ଥାଏ । କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ । ତେବେ ଏହାର ମାତ୍ରାଧିକ ସେବନ ଅନୁଚିତ ।

ପ୍ରତିଦିନ ତୁଳସୀର ଦୁଇଟି ପତ୍ର ଖାଇଲେ ଶରୀରରେ ରକ୍ତର ଅଭାବ ଦେଖା ଦେଇନଥାଏ । ଗର୍ଭାବସ୍ଥାରେ ମହିଳାମାନେ ରକ୍ତହୀନତାର ଶିକାର ହୋଇଥାନ୍ତି, ପ୍ରତିଦିନ ତୁଳସୀ ଖାଇବା ପାଇଁ ଉପଦେଶ ଦିଆଯାଇଥାଏ । ତୁଳସୀ ପତ୍ରରେ ଭିଟାମିନ୍ ଏ ଭରପୁର ମାତ୍ରାରେ ରହିଥାଏ । ଯାହାକି ମା ପେଟରେ ଥିବା ଭ୍ରୁଣର ବିକାଶରେ ସହାୟକ ହୋଇଥାଏ । ତୁଳସୀ ଖାଇବା ଦ୍ୱାରା ପେଟରେ ଥିବା ଶିଶୁ ଉପରେ ଏହି ରସ ଭଲ ପ୍ରଭାବ ପକାଇଥଏ । ଏହା ଦ୍ୱାରା ଶିଶୁର ଅସ୍ଥିର ବିକାଶ ତ୍ୱରାନ୍ୱିତ ହୁଏ । ତୁଳସୀର ଜୀବାଣୁନାଶକ ଗୁଣ ପାଇଁ ମା ଓ ଗର୍ଭରେ ଥିବା ଶିଶୁ ଉଭୟଙ୍କୁ ସଂକ୍ରମଣର ଭୟ କମ୍ ଥାଏ । ଏହା ଛଡା ମହିଳାଙ୍କୁ କଫଜନିତ ରୋଗରୁ ରକ୍ଷା ମଧ୍ୟ କରିଥାଏ ତୁଳସୀ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add