Saturday, May 18, 2024

Logo
google-add

ଧନତେରାସରେ ସୁନା ବଦଳରେ ଝାଡୁ କିଣନ୍ତୁ; ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

| 11:03 AM, Thu Nov 09, 2023

ଓଡ଼ିଶା 365 (ବ୍ୟୁରୋ):ଆଲୋକର ପର୍ବ ଦୀପାବଳୀ । ଏହାର ଆରମ୍ଭ ଧନତେରାସରୁ ହୋଇଥାଏ । ଏହା ଧନତ୍ରୟୋଦ୍ଧଶୀ ନାମରେ ବେଶ୍ ପରିଚିତ । ହିନ୍ଦୁ ଧର୍ମରେ ଧନତେରାସର ବିଶେଷ ଭୂମିକା ରହିଛି । ଏହିଦିନ ଦେବବୈଦ୍ୟ ଧନନ୍ତ୍ୱରୀଙ୍କ ପୂଜାର୍ଚ୍ଚନା କରିବା ଶୁଭଙ୍କର ବୋଲି କୁହାଯାଏ । ଧନତେରାସ୍ ଦିନ ସୁନା, ରୂପା, ବାସନ ଆଦି ଲୋକେ କିଣିଥାନ୍ତି । ଏହାବ୍ୟତୀତ ଝାଡ଼ୁ କିଣିବାର ମଧ୍ୟ ବିଶେଷ ମହତ୍ୱ ରହିଛି । ମତ୍ସ୍ୟପୁରାଣ ଅନୁସାରେ, ଏହିଦିନ ସୁନା ରୂପା କିଣିବାର ଯେତିକି ମହତ୍ୱ ରହିଛି ଠିକ୍ ସେତିକି ଝାଡ଼ୁ କିଣିବାର ମଧ୍ୟ ରହିଛି। ଝାଡ଼ୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଧନତେରାସ ଦିନ ଝାଡ଼ୁ କିଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ । ଏହା ସହ ଆର୍ଥିକ ସଙ୍କଟରୁ ମଧ୍ୟ ମୁକ୍ତି ମିଳିଥାଏ ।

ଏହାସହ ଝାଡ଼ୁ କିଣିବା ପରେ ସେଥିରେ ଧଳାକପଡ଼ା ବାନ୍ଧନ୍ତୁ । ଏହି କପଡ଼ା ବାନ୍ଧିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ । ସେହିପରି ଝାଡ଼ୁକୁ ଉପରମୁହାଁ ରଖନ୍ତୁ ନାହିଁ । ଏପରି ରଖିବା ଅଶୁଭ ହୋଇଥାଏ । ଅନ୍ୟପଟେ ଝାଡ଼ୁକୁ ସବୁବେଳେ ଏଭଳି ସ୍ଥାନରେ ରଖନ୍ତୁ । ଯେଭଳି ଏହା ଯେମିତି କାହା ନଜରରେ ପଡ଼ିବ ନାହିଁ ।

ଅନ୍ୟପଟେ, ପୁରୁଣା ଝାଡ଼ୁକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ସଂଚାର ହୁଏ । ଏହା ସହ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଏଣୁ ଧନତେରାସ ପୂର୍ବରୁ ଏହାକୁ କିଣି ଠିକ୍ ସ୍ଥାନରେ ରଖିବା ଉଚିତ୍ । ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ପ୍ରସନ୍ନ ହୋଇଥାନ୍ତି ।


  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add