Saturday, May 18, 2024

Logo
google-add

ମହାଦେବଙ୍କୁ ଅଭିଷେକ କଲେ ରୋଗରୁ ମୁକ୍ତି ମିଳିବ

| 11:40 AM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ): ଗ୍ରହନକ୍ଷତ୍ରଙ୍କ ପ୍ରଭାବରୁ ରୋଗ ଲାଗି ରହିଥାଏ ବୋଲି କୁହାଯାଏ। ଏପରି କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ବାରମ୍ବାର ରୋଗଗ୍ରସ୍ତ ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ..
ମୁଣ୍ଡବ୍ୟଥା, ଚକ୍ଷୁ ରୋଗ, ହାଡ଼ ଜନିତ ସମସ୍ୟା ଆଦିରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଶିବଶଙ୍କରଙ୍କୁ ଅରଖ ବୃକ୍ଷର ଫୁଲ, ପତ୍ର, ବେଲପତ୍ରରେ ପୂଜା କରନ୍ତୁ। ଖିରରେ କଳାରାଶି ମିଶାଇ ପ୍ରଭୁଙ୍କ ରୁଦ୍ରାଭିଷେକ କରନ୍ତୁ। ଏଭଳି କରିବା ଦ୍ୱାରା ଚନ୍ଦ୍ରମାଙ୍କ ସମ୍ବନ୍ଧୀତ ବିଭିନ୍ନ ରୋଗ ଯେପରି କାଶ, ଥଣ୍ଡା, ମାନସିକ ଦୁଶ୍ଚିତା, ରକ୍ତଚାପରୁ ମୁକ୍ତି ମିଳେ।

ଅନ୍ୟପଟେ, ମଙ୍ଗଳଗ୍ରହ ଜାତକରେ ଦୁର୍ବଳ ହେବା ଦ୍ୱାରା ରକ୍ତ ସହ ଜଡ଼ିତ ବିଭିନ୍ନ ରୋଗ ହୋଇପାରେ। ତେବେ ବିଭିନ୍ନ ଜଡ଼ିବୁଟୀର ରସରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ। ସେହିପରି ବୁଧ ଗ୍ରହ ଦୁର୍ବଳ ହେବା ଦ୍ୱାରା ଚର୍ମ ରୋଗ, ଆଣ୍ଠୁଗଣ୍ଠି ଜନିତ ସମସ୍ୟା, ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ଜଡ଼ିବୁଟୀରେ ଅଭିଷେକ କରାନ୍ତୁ।ପ୍ରଭୁଙ୍କ ନିକଟରେ ହଳଦୀ ମିଶ୍ରିତ ଖିରରେ ଅଭିଷେକ କରିବା ଦ୍ୱାରା ବୃହସ୍ପତିଙ୍କ ପ୍ରଭାବରୁ ସୃଷ୍ଟି ହେଉଥିବା ରୋଗରୁ ମୁକ୍ତି ମିଳେ। ଶାରିରୀକ ତଥା ମାନସିକ ରୋଗରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ପଂଚାମୃତ ଓ ମହୁରେ ଅଭିଷେକ କରାନ୍ତୁ।ଏହାସହ ମାଂସପେଶୀ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ଆଖୁରସ ଓ ଦହିରେ ଅଭିଷେକ କରନ୍ତୁ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add