Saturday, May 18, 2024

Logo
google-add

ଖୁବଶୀଘ୍ର OTT ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି କପିଲ ଶର୍ମା ଶୋ

| 18:23 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ କପିଲ ଶର୍ମାଙ୍କ ଶୋ । ଯାହା ପ୍ରତି ଘରେ ଘରେ ପରିଚିତ । ଏହି ଶୋ’କୁ ଦର୍ଶକମାନେ ବହୁତ ଭଲ ପାଉଥିଲେ । ହେଲେ ଶୋ ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ପ୍ରଶଂସକମାନେ ମଧ୍ୟ ଏହି ଶୋକୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ହେଲେ ବର୍ତ୍ତମାନ ଏହି ଶୋ’ ଆଉ ଟିଭି ପରଦାରେ ଦେଖିବାକୁ ମିଳିବନି । ଅର୍ଥାତ୍ ଖୁବଶୀଘ୍ର ଏହି ଶୋ’ OTT ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । କପିଲ ଶର୍ମା ତାଙ୍କ ଅଫିସିଆଲ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି । ଏକ ପ୍ରୋମୋରେ ଦର୍ଶାଯାଇଛି ଯେ କପିଲ ଶର୍ମା ତାଙ୍କ ନୂଆ ଘର ଭିତରକୁ ଯାଇ ଫ୍ରିଜ ଖୋଲୁଛନ୍ତି । ଫ୍ରିଜ୍ ଖୋଲି କପିଲ କହୁଛନ୍ତି – ‘ମୁଁ ଆପଣଙ୍କୁ କହିଥିଲି ନା ନୂଆ ଘରେ ପୁରୁଣା ଜିନିଷ ରହିବା ଉଚିତ୍ ନୁହେଁ ବୋଲି । ଏହା ପରେ ସେ ଫ୍ରିଜ୍ ଖୋଲିବା ମାତ୍ରେ ଅର୍ଚ୍ଚନା ପୁରନ ସିଂ ତା ଭିତରେ ବସିଥିବାର ନଜରକୁ ଆସୁଛି । ଯାହାକୁ ଦେଖି ଦର୍ଶକମାନେ ଖୁସି ହୋଇଯାଇଛନ୍ତି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add