Saturday, May 18, 2024

Logo
google-add

ଗ୍ରାହକଙ୍କୁ ନିରାସ କରୁଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ

| 17:21 PM, Sat Oct 14, 2023

ଓଡ଼ିଶା 365 (ବ୍ୟୁରୋ) : ଥରେ ନୁହେଁ ଏମିତି ବାରମ୍ୱାର ଦେଖିବାକୁ ମିଳିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକଙ୍କ ପ୍ରତି ଅନିୟମିତତା । ତେବେ ସେ ଅନଲାଇନ୍ ସେବା ହେଉ କି ଅଫ୍ ଲାଇନ୍ ହେଉ । ସବୁଥିରେ ଗ୍ରାହକଙ୍କୁ ନିରାସ କରୁଛି ଉକ୍ତ ବ୍ୟାଙ୍କ । ହଁ ଆଜ୍ଞା, ଚଳିତ ମାସରେ ୧୦ ଦିନ ବ୍ୟାଙ୍କ୍ ବନ୍ଦ ରହିଥିବା ବେଳେ ଗ୍ରାହକମାନେ ଶନିବାର କିଛି ସମୟ ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ଅସମର୍ଥ ହୋଇଥିଲେ । ଯଦିଏ ବ୍ୟାଙ୍କ ନିଜେ ପୂର୍ବରୁ ଏହି ସେବା ସାମୟିକଭାବେ ଅଚଳ ରହିବା ନେଇ ଅବଗତ କରାଇଥିଲା । କିନ୍ତୁ ,ସମସ୍ୟା ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ିଥିଲା । ତେବେ ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟ ବା ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ନେଟ ବ୍ୟାଙ୍କିଙ୍ଗରେ ଏହି ସମସ୍ୟା ଦେଖାଦେଇଥିବା ବ୍ୟାଙ୍କ ସୂଚନା ଦେଇଛି ।

ଏସବିଆଇ ମଧ୍ୟ ପୂର୍ବରୁ କହିଥିଲା ଯେ ନେଟ୍ ବ୍ୟାଙ୍କିଂ ସେବା କିଛି ସମୟ ପାଇଁ ବ୍ୟାହତ ହୋଇପାରେ । ନିର୍ଦ୍ଧାରିତ କାର୍ଯ୍ୟକଳାପ ଯୋଗୁଁ ୧୪ ଅକ୍ଟୋବର ୨୦୨୩ ଅର୍ଥାତ୍ ଆଜି ସକାଳ ୦୦:୪୦ରୁ ଅପରାହ୍ନ ୦୨:୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାଙ୍କିଂ ଆପ୍ଲିକେସନ୍ ସେବାରେ ସମସ୍ୟା ହୋଇଥିଲା । ଯାହାଫଳରେ କିଛି ସମୟ ପାଇଁ ନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦ ରହିଥିଲା । ପୁଣି ନେଟ ବ୍ୟାଙ୍କିଙ୍ଗରେ ଏହି ସମସ୍ୟା ଯୋଗୁଁ ୟୁପିଆଇ ସହ ଲିଙ୍କ୍ ଥିବା ଷ୍ଟେଟ ବ୍ୟାଙ୍କ ଖାତାଗୁଡ଼ିକର ପରିଚାଳନାରେ କୌଣସି ସମସ୍ୟା ହୋଇନଥିଲା । ଆହୁରି ମଧ୍ୟ ବ୍ୟାଙ୍କର ଏଟିଏମ୍ ସେବା ବି ସ୍ବାଭାବିକ ଭାବେ ଜାରି ରହିଥିବା ବୋଲି ଜଣାଯାଇଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add