Saturday, May 18, 2024

Logo
google-add

ସୁନା କିଣିବା ସମୟରେ ରଖନ୍ତୁ ଧ୍ୟାନ

| 11:24 AM, Tue Nov 07, 2023

ଓଡ଼ିଶା 365 (ବ୍ୟୁରୋ) : ଧନତେରାସ ଅର୍ଥାତ୍ ଦୀପାବଳି ପୂର୍ବ ଦିନ ସୁନା କିଣିବା ନେଇ ରହିଛି ବହୁ ପୁରୁଣା ପ୍ରଥା । ଦୀପାବଳି ସମୟରେ ପ୍ରତ୍ୟେକ ଘରେ ସୁନା ଓ ରୂପା ଅଳଙ୍କାର କିଣିବା ଶୁଭ ବୋଲି ବିଶ୍ୱାସ ରହିଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନଭେମ୍ବର ୧୧ ତାରିଖ ରେ ହେଉଛି ଧନତେରାସ । ସୁନା କିଣିବା ବେଳେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ଜରୁରୀ । ନଚେତ ଠକାମୀର ଶୀକାର ହୋଇପାରନ୍ତି ଆପଣ । ତେବେ ସୁନା କିଣିବା ସମୟରେ କିଛିଟା ଧ୍ୟାନ ଦେବା ଜରୁରୀ ଯେମିତିକି ସୁନା କିଣିବା ସମୟରେ ଶୁଦ୍ଧତା ସବୁଠାରୁ ଅଧିକ ମହତ୍ୱ ରଖେ । ତେବେ ସୁନାର ଶୁଦ୍ଧତା କ୍ୟାରେଟରେ ମପା ଯାଇଥାଏ ।

୨୪ କ୍ୟାରେଟ ସୁନା ଶୁଦ୍ଧ ହୋଇଥିବା ବେଳେ ଏହାର ମୂଲ୍ୟ ଅଧିକ ରହିଥାଏ । ତେଣୁ ସୁନା କିଣିବା ସମୟରେ ଏହାର ଶୁଦ୍ଧାତାକୁ ଯାଞ୍ଚ କରିବା ଉଚିତ । ଖାଲି ସେତିକି ନୁହେଁ ଆପଣ କିଣୁଥିବା ସୁନା ଅଳଙ୍କାର କିମ୍ବା ସୁନା ମୁଦ୍ରାର ଓଜନ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ । ଏହାର ମୂଲ୍ୟ ହିସାବ କରିବାକୁ ଏହାକୁ ବର୍ତ୍ତମାନର ବଜାର ହାର ସହିତ ତୁଳନା କରନ୍ତୁ । ସାଧାରଣତଃ ସୁନାର ମୂଲ୍ୟ ଅନେକ ସମୟରେ ପରିବର୍ତ୍ତନ ହୋଇଥାଏ । ତେଣୁ ଏଥିପାଇଁ ସୁନାର ଦର ଅନଲାଇନ ମାଧ୍ୟମରେ ଯାଞ୍ଚ କରିପାରିବେ ।

ସୁନା କିଣିବା ସମୟରେ ବିକ୍ରେତାଙ୍କ ଠାରୁ ରିଟର୍ଣ୍ଣ କିମ୍ବା ଏକ୍ସଚେଞ୍ଜ ପଲିସି ବିଷୟରେ ଭଲରେ ବୁଝନ୍ତୁ । ଯଦି ଆପଣ କୌଣସି କାରଣରୁ ସୁନାକୁ ଫେରାଇବାକୁ କିମ୍ବା ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପଲିସି ଜାଣିବା ଜରୁରୀ ଅଟେ । ପଲିସିରେ ଥିବା ନିୟମକୁ ଭଲଭାବେ ପଢନ୍ତୁ ଏବଂ କ୍ରୟ ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ ନେବାକୁ ଭୁଲନ୍ତୁ ନାହିଁ । ଅଳଙ୍କାରର ଡିଜାଇନ ଅନୁସାରେ ଗଢ଼ା ମଜୁରୀ ଅଲଗା ଅଲଗା ହୋଇଥାଏ । ତେଣୁ ସୁନା କିଣିବା ସମୟରେ ଅଳଙ୍କାର ବ୍ୟବସାୟୀଙ୍କୁ ଗଢ଼ା ମଜୁରୀ ବିଷୟରେ ପଚାରନ୍ତୁ ।


  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add