Saturday, May 18, 2024

Logo
google-add

ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ

| 12:37 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ) : ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିର ରୂପ ରେଖା । ଆସନ୍ତା ବର୍ଷ ନୂଆ ରୂପରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ରୋଷଘର, ଆନନ୍ଦ ବଜାର ଉନ୍ନତିକରଣ ସାଙ୍ଗକୁ ଭ୍ରମଣ ନିମନ୍ତେ ଉପବନ କରାଯାଉଛି । ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆଧ୍ୟାତ୍ମିକ ମଣ୍ଡପ କରାଯାଉଛି । ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ଉନ୍ନତିକରଣ କରାଯାଉଛି । ରଥଯାତ୍ରାରେ ବ୍ୟବହୃତ ଚକ ଓ ଅନ୍ୟାନ୍ୟ ଅଂଶ ସମେତ ରଥ ଦେବଦେବୀ ମୂର୍ତ୍ତିକୁ ଏଠାରେ ସଂଗ୍ରହାଳୟ କରି ରଖାଯିବ ।

ବର୍ଷ ତମାମ ଯେପରି ଶ୍ରଦ୍ଧାଳୁମାନେ ଏହା ଭିତରେ ଆଧ୍ୟାତ୍ମିକ ଅନୁଭୂତି ପାଇବେ ସେଥିନିମନ୍ତେ କାମ ହେଉଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ତେବେ ଏନେଇ ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓବିସିସି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଆବଶ୍ୟକ ଉନ୍ନତିକରଣ କାମ କରୁଛି ।

  • Trending Tag

  • No Trending Add This News
google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add