Saturday, May 18, 2024

Logo
google-add

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା

| 12:56 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ବିଜୁଳି ଚୋରି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଏଭଳି ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ଏତାଲା ରୁଜୁ ହୋଇଛି । ବିଜୁଳି ଚୋରି କରିବା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ) ନେତା ଏଚଡି. କୁମାରସ୍ବାମୀଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା। ଦୀପାବଳିରେ କୁମାରସ୍ବାମୀ ବିଜୁଳି ଚୋରି କରି ତାଙ୍କର ଘରକୁ ଆଲୋକିତ କରିଥିବା ଅଭିଯୋଗ କରି ସୋସିଆଲ ମିଡିଆରେ କଂଗ୍ରେସ ଏକ ଭିଡିଓ ସେୟାର କରିବା ପରେ ଏହି ମାମଲା ରୁଜୁ ହୋଇଛି।

କଂଗ୍ରେସର ଏହି ଅଭିଯୋଗ ଉତ୍ତରରେ କୁମାରସ୍ୱାମୀ ସ୍ୱୀକାର କରିଛନ୍ତି ଯେ, ଏକ ଘରୋଇ ଡେକରେସନ କମ୍ପାନୀ ତାଙ୍କ ଘରେ ଥିବା ଆଲୋକ ବ୍ୟବସ୍ଥାକୁ ନିକଟସ୍ଥ ବିଦ୍ୟୁତ୍ ଲାଇନ ସହିତ ସଂଯୋଗ କରି ଚେକ୍ କରିଥିଲା। ତେବେ ଘରକୁ ଫେରିବା ପରେ ଏହି କଥା ମୁ ଜାଣିବାକୁ ପାଇଥିଲି ଏବଂ ତୁରନ୍ତ ବାହାର ବିଦ୍ୟୁତ ସଂଯୋଗ ଛିନ୍ନ କରିବାକୁ କହି ଘର ଭିତରୁ ସଂଯୋଗ କରିବାକୁ ନିର୍ଦେଶ ଦେଇଥିଲି। ଏହା କହି ସେ କ୍ଷମା ଚାହିଁଥିଲେ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

  • Trending Tag

  • No Trending Add This News
google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add