Saturday, May 18, 2024

Logo
google-add

ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଶାନ ଯୋଜନାର ୧୫ତମ କିସ୍ତି

| 12:12 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରତିବର୍ଷ ୬,୦୦୦ ଟଙ୍କା କୃଷକ ଭାଇଙ୍କ ଆକାଉଣ୍ଟକୁ ଆସିଥାଏ। ଏହି ରାଶି ତିନି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ରିଲିଜ୍ ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟି ବିର୍ସା କଲେଜରେ ଉପସ୍ଥିତ ରହିବେ।

ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ତମ କିସ୍ତି ଭାବରେ ୮.୦ କୋଟିରୁ ଅଧିକ ଚାଷୀଙ୍କୁ ୧୮,୦୦୦ କୋଟିରୁ ଅଧିକ ଟଙ୍କା ରିଲିଜ କରିବେ। ଏହି ଯୋଜନା ଆରମ୍ଭରୁ ହିତାଧିକାରୀ ଚାଷୀଙ୍କୁ ଦିଆଯାଇଥିବା ମୋଟ ପରିମାଣ ୨.୮୦ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଏହି ଆର୍ଥିକ ସହାୟତା କୃଷକମାନଙ୍କୁ ସେମାନଙ୍କର କୃଷି ଏବଂ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ। ଟଙ୍କାକୁ ନେଇ ଚାଷୀଙ୍କ ମନରେ ଖୁସି ଖେଳିଯାଇଛି ।








  • Trending Tag

  • No Trending Add This News
google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add