Saturday, May 18, 2024

Logo
google-add

ଗାଜା ଷ୍ଟ୍ରିପ୍‌ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍‌: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

| 11:14 AM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧକୁ ବିତିଲାଣି ୪୦ ଦିନ। ମାତ୍ର ଯୁଦ୍ଧ ଥମିବା ପରିବର୍ତ୍ତେ ବଢିଚାଲିଛି। ମୃତ୍ୟୁ ସଂଖ୍ୟା ୧୪ହଜାର ବି ପାର କଲାଣି। ହମାସକୁ ଧ୍ବସଂ କରିବା ଲାଗି ରକ୍ତମୁଖା ହୋଇଉଠିଛି ଇସ୍ରାଏଲ୍‌ ସେନା। ପ୍ରତିଶୋଧ ନେବାକୁ ଯାଇ ଗାଜା ଭିତରେ ପଶି ଧ୍ୱଂସଲୀଳା ରଚିଛି ଆଇଡିଏଫ୍‌। ଆର୍ଥାତ୍ ୧୬ ବର୍ଷ ପରେ ଗାଜା ଷ୍ଟ୍ରିପ୍‌ ଉପରୁ ହମାସ୍‌ ନିୟନ୍ତ୍ରଣ ହରାଇଥିବା ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଦାବି କରିଛନ୍ତି। ହମାସ୍‌ ଗାଜା ଉପରୁ ନିୟନ୍ତ୍ରଣ ହରାଇଛି ଫଳରେ ଆତଙ୍କବାଦୀମାନେ ଦାକ୍ଷିଣାତ୍ୟ ଆଡ଼କୁ ପଳାଉଥିବା ଇସ୍ରାଏଲ କହିଛି।

ସାଧାରଣ ନାଗରିକମାନେ ହମାସ୍‌ ଘାଟିରେ ଲୁଟରାଜ ଚଳାଇଛନ୍ତି। ସେମାନଙ୍କର ସରକାରଙ୍କ ଉପରେ ଭରସା ମଧ୍ୟ କମିବାରେ ଲାଗିଛି। ଏହାରି ମଧ୍ୟରେ ଇସ୍ରାଏଲ୍‌ ସେନା ଗାଜା ସଂସଦକୁ କବଜା କରିଥିବା ଚର୍ଚ୍ଚା ହେଉଛି। ଏପରିକି ବାଚସ୍ପତି ଚୌକିରେ ଆଇଡିଏଫର ଯବାନମାନେ ବସିଥିବାର ଚିତ୍ର ସାମନ୍ନାକୁ ଆସିଛି। ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଲାଗିରହିଥିବାବେଳେ ଇସ୍ରାଏଲ୍ ଯୁଦ୍ଧରେ ବିଜୟୀ ନହେବା ଯାଏଁ ଆମେ ପଛକୁ ହଟିବୁ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅକ୍ଟୋବର ୭ ତାରିଖ ହମାସ୍‌ ଇସ୍ରାଏଲ୍‌ ଉପରକୁ ୫୦୦୦ ରକେଟ୍‌ ମାଡ କରିବା ସହ ଓ ଆତଙ୍କବାଦୀମାନେ ଇସ୍ରାଏଲୀୟ ସହର ଗୁଡ଼ିକରେ ପ୍ରବେଶ କରି ଗୁଳି ଚଳାଇବା ଘଟଣା‌ର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ ଜାରି ରଖିଛି। ଅନ୍ୟପଟେ ପାଲେଷ୍ଟାଇନର ପ୍ରଧାନମନ୍ତ୍ରୀ ୟୁରୋପିୟାନ୍‌ ୟୁନିୟନ୍‌ ଓ ଜାତିସଂଘକୁ ପାରାସୁଟ୍‌ ସହାୟତା ପାଇଁ ନିବଦେନ କରିଛନ୍ତି। କେବେ ଶେଷ ହେବ ଯୁଦ୍ଧ। କେବେ ଫେରିବ ଶାନ୍ତି। ଅପେକ୍ଷାରେ ସାରା ବିଶ୍ୱ।

  • Trending Tag

  • No Trending Add This News
google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add