ଆମ ଆଦମୀ ପାର୍ଟି ମୁଖ୍ୟ ତଥା ନୂଆଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ ଉଦ୍ୟମକୁ ନେଇ ତେଜିଲା ରାଜୀନତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲୋନା ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଥିବା ବେଳେ ବିଜେପି ମଧ୍ୟ ଏହାର ଜବାବ ରଖିଛି ।
ବିକାଶପୁରୀ ଅଞ୍ଚଳରେ ପଦଯାତ୍ରା କରୁଥିବା ସମୟରେ କେଜ୍ରିଓ୍ବାଲଙ୍କୁ କଳାପତାକା ଦେଖାଇବା ସହ ବିରୋଧ ପ୍ରଦର୍ଶନ କରିଥିଲେ ଦିଲ୍ଲୀ ବିଜେପି କର୍ମୀ । ଆମ ଆଦମୀ ପର୍ଟି ଅଭିଯୋଗ କରିଛି ଯେ ଏହି ସମୟରେ ବିଜେପି କର୍ମୀ ମାନେ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ ।
ଇଡ଼ି ସିବିଆଇ ଦ୍ବାରା ଅରବିନ୍ଦ କେଜ୍ରିଓ୍ବାଲଙ୍କ ଲୋକପ୍ରିୟତାକୁ ଅଟକାଇପାରିଲାନି ବିଜେପି , ତେଣୁ ଏବେ ପଦ୍ମ ଦଳ ହିଂସାକୁ ଆପଣାଇଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ସେପଟେ ଏହାର ଜବାବ ରଖିଛନ୍ତି ବିଜେପି ନେତା ।