Friday, May 9, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଅପରାଧ

ସଲିମ କରୱା ଚୌଥ ଦିନ ପ୍ରେମିକା ସୋନିଆକୁ ହତ୍ୟା କରି ମାଟିରେ ପୋତିଦେଲା

ଇନଷ୍ଟାଗ୍ରାମରୁ ପରିଚୟ, ପ୍ରେମ ପରେ କରବାଚୈାଥରେ ହତ୍ୟା

Ramesh Parida by Ramesh Parida
Oct 26, 2024, 12:42 pm GMT+0530
FacebookTwitterWhatsAppTelegram

 

 

ଜଣେ ମୁସଲମାନ ପୁଅର ପ୍ରେମ ଜାଲରେ ଫସିଥିଲା ସୋନିଆ । ଇନଷ୍ଟାଗ୍ରାମରେ ପରିଚୟ ହୋଇଥିଲା । ପରେ ପ୍ରେମ ହେଲା । ଗର୍ଭବତୀ ସୋନିଆକୁ ଶେଷରେ ପ୍ରେମିକ ସଲିମ କରବା ଚୈାଥ ଦିନ ହତ୍ୟା କରି ମାଟିରେ ପୋତିଦେଲା ବୋଲି କହିଛି ପୋଲିସ । ଏଭଳି ଘଟଣା ଘଟିଛି ଦିଲ୍ଲୀରେ ।

ପ୍ରେମରେ ଅନ୍ଧ ଥିବା ସୋନି ଜାଣିନଥିଲା ତା ପ୍ରେମିକ ତାକୁ କରବା ଚୈାଥ ଦିନ ହତ୍ୟା କରିବ । ପ୍ରେମ ଜାଲରେ ଫସିଯିବା ପରେ ଘଣ୍ଟା ଘଣ୍ଟା ଧରି ଫୋନରେ ଗପୁଥିଲା ସୋନିଆ । ଘର ଲୋକେ ପଚାରିବାରୁ କହୁଥିଲା ଭୂତ । ପରେ ସେହି ଭୂତ ସଂଜୁ ବୋଲି ଜାଣିଲେ ପରିବାର ଲୋକ । କିନ୍ତୁ ପରେ ଘର ଲୋକ ଜାଣିଲେ ସେ ଭୂତ ଆଉ କେହି ନୁହେଁ ଜଣେ ମୁସଲିମ ଯୁବକ ଆଉ ତା ନାମ ହେଉଛି ସଲିମ । ଏସବୁ ଜାଣିବା ପରେ  ଘର ଲୋକ ମନାକଲେ ସଂପର୍କ ତୁଟାଇବା ପାଇଁ  । କିନ୍ତୁ ସୋନିଆ ଆଉ କାହା କଥା ମାନିଲାନି । କହିଲା ସେ ଭଲ ପିଲା । ଭାଇ ମନା କରିବା ପରେ ତା କଥା ବି ଶୁଣିଲାନାହିଁ ସୋନିଆ । ଯୁକ୍ତ ଦୁଇରେ ପଢ଼ୁଥିଲେ ସୋନି । ପ୍ରେମ ପାଇଁ ଶେଷରେ ଜୀବନ ହରାଇଲା । ଏବେ ପରିବାର ଲୋକ ନିଜ ଝିଅକୁ ହରାଇ କାନ୍ଦୁଛନ୍ତି । ନ୍ୟାୟ ପାଇଁ ଥାନାକୁ ଦୈାଡୁଛନ୍ତି ।

ସୋନିଆ ଯିଏ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିଲେ ତାଙ୍କୁ 20 ବର୍ଷ ବୟସ ହୋଇଥିଲା  ।  ଦିଲ୍ଲୀର ନାଙ୍ଗଲୋଇ ବାସିନ୍ଦା ସୋନିଆ ବେଶୀ  କୁ ପ୍ରେମ ଜାଲରେ ଫସାଇଥିଲା ସଲିମଙ୍କ ।  ସଞ୍ଜୁ ନାମରେ ସେ ସୋନିଆ ସହ ପରିଚିତ ହୋଇଥିଲା ।  ସେ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେବା ପରେ ସଂପର୍କ ବଢ଼ିଥିଲା । ପରିବାର ଲୋକ ତାଙ୍କୁ ପଚାରିଥିଲେ ଯେ ସେ କାହା ସହିତ କଥାବାର୍ତ୍ତା କରୁଛନ୍ତି, ସୋନୁ କହୁଥିଲା ସେ ଭୂତ ସହ କଥା ହେଉଛି । ସଲିମର ନାମକୁ ଫୋନରେ ସେ ଭୂତ ନାମରେ ସେଭ କରିଥିଲା ।

ଇନଷ୍ଟାଗ୍ରାମରେ କିଛି ରିଲ କରି ପକାଉଥିଲା ସୋନି । କିଛି ଦିନ  ପରେ  ପରିବାର ଲୋକେ ଜାଣିଥିଲେ ସେ ସଂଜୁ ସହ କଥା ହେଉଛି । ଦିନେ ସୋନିଆଙ୍କ ସାନ ଭଉଣୀ ସୋନିଙ୍କ ସହ ସଞ୍ଜୁଙ୍କ ଘରକୁ ଯାଇଥିଲେ। ସେତେବେଳେ ସେ ଜାଣିଥିଲେ ସଂଜୁର ପ୍ରକୃତ ନାମ ହେଉଛି ସଲିମ । ଆଉ ସେ ମୁସଲମାନ ।

ସଞ୍ଜୁଙ୍କ ରହସ୍ୟ ପରିବାରକୁ ଜଣାପଡିଥିଲା । ସଂପର୍କ ଭାଙ୍ଗିବା ପାଇଁ ପରିବାର ଲୋକ କହିଥିଲେ ।  କିନ୍ତୁ ସୋନା ନିଜ ଦୁନିଆରେ ବ୍ୟସ୍ତ ଥିଲେ। ସମ୍ପର୍କକୁ ବନ୍ଦ କରିବା ପାଇଁ ସୋନାଙ୍କ ପରିବାର ତାଙ୍କୁ ଅନେକ ଥର ମନାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସୋନା ସଲିମଙ୍କୁ ବାହା ହେବାକୁ ଜିଦ ଧରିଥିଲା ।  ତାଙ୍କ ଭାଇ ମନା କରିଥିଲେ ମଧ୍ୟ ସୋନିଆ ମାନିନଥିଲେ । ଏହା ପରେ ସୋନିଆଙ୍କୁ ସଲିମ ଗର୍ଭବତୀ କରାଇଥିଲା । ନିଜର ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କୁ ସେ ଦେଖା କରିବାକୁ ଡାକି ବୁଲାଇନେବାକୁ କହିଥିଲା । ଏକ କାର ଭଡ଼ା କରି ସୋନିକୁ ସେ ବୁଲାଇ ନେଇଥିଲା ହରିୟାଣା ରୋହତକ । ବାଟରେ ହତ୍ୟା କରିଥିଲା । ଜଂଗଲରେ  ମୃତଦେହକୁ ମାଟି ତଳେ ପୋତି ଦେଇଥିଲା। ହେଲେ କଥାରେ ଅଛି, ହତ୍ୟାକାରୀ ଯେତେ ଚତୁର ହୋଇଥିଲେ ହେଁ ପୁଲିସ ତା’କୁ ନିଶ୍ଚିତ ଧରିଥାଏ। ଏଠାରେ ମଧ୍ୟ ସମାନ କିଛି ଘଟିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ବେଶ ଆନନ୍ଦରେ ବାଇକରେ ବୁଲୁଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ନାଙ୍ଗଲୋଇରୁ ସେମାନେ ପ୍ଲାନ କରି ସୋନିଆକୁ ନେଇଥିଲେ ।  ଦୁଇ ଜଣ ବନ୍ଧୁଙ୍କ ସହ ମିଶ ଗର୍ଭବତୀ ଥିବା ଗର୍ଲଫ୍ରେଣ୍ଡଙ୍କୁ ସଲିମ ହତ୍ୟା କରିଥିଲା। ଏହାପରେ ମୃତଦେହକୁ ହରିୟାଣାର ରୋହତକରେ ୪ ଫୁଟ ମାଟି ଖୋଳି ପୋତି ଦେଇଥିଲା।

୨୦ ବର୍ଷୀୟ ସୋନିଙ୍କୁ ହତ୍ୟା କରିଥିବା ଯୁବକର ନାଁ ସଲିମ ବୋଲି ପୋଲିସ କହିଛି। ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ଚତୁରତାର ସହ କାର୍ଯ୍ୟକାରୀ କରାଯାଇଥିଲା। ସଲିମ ପ୍ରଥମେ ଯୋଜନା ଅନୁସାରେ ଦୁଇ ବନ୍ଧୁ ହ୍ରିତିକ ଓ ପଙ୍କଜକୁ ଡାକିଥିଲା। ସମସ୍ତେ ଏକାଠି ହୋଇ ହତ୍ୟାକାଣ୍ଡ ଘଟାଇବାକୁ କରୱା ଚୌଥର ଦିନ ଠିକ କରିଥିଲେ।

ତା’ପରେ ସଲିମ ଭଡ଼ାରେ ଗୋଟିଏ କାର ଆଣିଥିଲା। ସେ ସୋନିଙ୍କୁ ଫୋନ କରି କହିଥିଲା ଯେ “ଆଜି କରୱା ଚୌଥ। ତୁ ମୋତେ ଦେଖା କରିବୁନି?” ସୋନି ମଧ୍ୟ ନିଜ ଠାରୁ ଅଧିକ ଭଲ ପାଉଥିବା ସଲିମ ପାଇଁ କରୱା ଚୌଥ ବ୍ରତ ରଖିଥିଲେ। ବ୍ରତ ଦିନ ନିଜର ପ୍ରେମିକ ଡାକିବାରୁ ସେ ତୁରନ୍ତ ଦେଖା କରିବାକୁ ରାଜି ହୋଇ ଯାଇଥିଲେ।

ସଲିମଙ୍କ ଗୋଟିଏ ଡାକରାରେ ସୋନି ୨୧ ଅକ୍ଟୋବରରେ ତା’କୁ ଭେଟିବାକୁ ଆସିଥିଲେ। କିନ୍ତୁ ସଲିମର ଯୋଜନା କିଛି ଅଲଗା ଥିଲା। ସେ ସୋନିଙ୍କୁ ପାଖରେ ପାଇ କାରରେ ବସାଇଥିଲେ। ଏହାପରେ କାର ରୋହତକ ଅଭିମୁଖେ ବାହାରି ଥିଲା। ତେବେ ବାଟରେ ସେ ସୋନିଙ୍କୁ ତଣ୍ଟି ଚିପି ମାରି ଦେଇଥିଲା।

ହ୍ରିତିକ ଓ ପଙ୍କଜ ମଧ୍ୟ ଏହି ସମୟରେ କାରେ ଉପସ୍ଥିତ ଥିଲେ। ସୋନି ମରି ସାରିଥିବାରୁ ସେମାନେ ମୃତଦେକୁ କାରରେ ଧରି ରୋହତକର ଗୋଟିଏ ଜଙ୍ଗଲକୁ ଯାଇଥିଲେ। ସେଠାରେ ୪ ଫୁଟ ଗାତ ଖୋଳି ସୋନିଙ୍କ ମୃତଦେହକୁ ପୋତି ଦେଇଥିଲେ। ସେଠାରେ ତାଙ୍କର କିଛି ଗ୍ରାମବାସୀ ବନ୍ଧୁ ସହଯୋଗ କରିଥିବା ପୋଲିସ କହିଛି । ସେଠାରୁ ସମସ୍ତେ କାରରେ ନାଙ୍ଗଲୋଇ ଫେରି ଆସିଥିଲେ। ସଲିମ ମଧ୍ୟ ଭଡ଼ାରେ ଆଣିଥିବା କାରକୁ ଫେରାଇ ଦେଇଥିଲା। ଏହାପରେ ସମସ୍ତେ ସ୍ୱାଭାବିକ ଭାବେ ବୁଲାବୁଲି କରିଥିଲେ। ପରେ ସୋନିଆଙ୍କ ପରିବାର ଲୋକ ଥାନାରେ ମାମଲା କରିଥିଲେ । ପୋଲିସ ଫୋନ କଲରୁ ଜାଣିବାକୁ ପାଇଥିଲା ସଲିମ ଶେଷ କଲ କରିଥିଲା । ସଲିମକୁ ଖୋଜିବା ପରେ ପୋଲିସ ଜାଣିଥିଲା ହତ୍ୟା କାରୀ କିଏ?

ଯେତେବେଳେ ସୋନିଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ତାଙ୍କ ସାନ ଭଉଣୀ କହିଥିଲେ ଯେ ଦିଦି ଅନେକ ସମୟରେ ଫୋନରେ ସଂଜୁ ସହ କଥା ହେଉଥିଲେ। ଉକ୍ତ ନମ୍ବରକୁ ସେ ଭୂତ ନାଁରେ ସେଭ କରିଥିଲେ। ଯେତେବେଳେ କେହି ତାଙ୍କୁ କାହା ସହ କଥା ହେଉଛି ବୋଲି ପଚାନ୍ତି ସେତେବେଳେ ସେ ଗୋଟିଏ ଭୂତ ସହ କଥା ହେଉଥିବା କୁହନ୍ତି। ଏପରି କି ଇନଷ୍ଟାଗ୍ରାମରେ ସେ ନିଜ ପ୍ରୋଫାଇଲରେ ‘ଆଇ ଲଭ୍ ଭୂତ’ ଲେଖିଥିଲେ। ଭଉଣୀ ଆହୁରି କହିଛନ୍ତି ଯେ ଧୀରେ ଧୀରେ ସେମାନେ ଜାଣିବାକୁ ପାଇଥିଲେ ଯେ ସୋନି ଯେଉଁ ଭୂତ କଥା କହୁଛନ୍ତି ସେ ସଞ୍ଜୁ ବ୍ୟତୀତ ଆଉ କେହି ନୁହେଁ। ସଞ୍ଜୁ ସହ ଦିଦିର ସମ୍ପର୍କ ଥିଲା। ଦୁହେଁଙ୍କ ମଧ୍ୟରେ ଇନଷ୍ଟାଗ୍ରାମରୁ ବନ୍ଧୁତା ଆରମ୍ଭ ହୋଇଥିଲା।

ଏସବୁ ଭିତରେ ସୋନି ଗର୍ଭବତୀ ଥିବା ଜଣାପଡ଼ିଥିଲା। ପ୍ରଥମେ ପରିବାର ସଦସ୍ୟ ଏହାକୁ ନେଇ ସୋନିଙ୍କ ଉପରେ ରାଗି ଯାଇଥିଲେ। କିନ୍ତୁ ସୋନି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସଞ୍ଜୁ ତାଙ୍କୁ ବିବାହ କରିବ। ଝିଅ ଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକ ମଧ୍ୟ ବାହାଘର ପାଇଁ ରାଜି ହୋଇଥିଲେ। ଯଦି ସଞ୍ଜୁ ଓରଫ ସଲିମ ଝିଅକୁ ବିବାହ କରେ ନିଏ, ତାଲେ ସବୁ କିଛି ଠିକ୍ ହୋଇଯିବ।

ସୋନି ମଧ୍ୟ ସଲିମ ଉପରେ ବାହାଘର ପାଇଁ ଚାପ ପକାଇ ଚାଲିଥିଲେ। ହେଲେ ସଲିମ କେବଳ ସମୟ ନେବାରେ ବ୍ୟସ୍ତ ଥିଲା। କିନ୍ତୁ ଚାପ ବଢ଼ିବାରୁ ସେ ସୋନିଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଯୋଜନା ଅନୁସାରେ ସେ ଦୁଇ ଜଣ ସାଙ୍ଗଙ୍କ ସହ ମିଶି କରୱା ଚୌଥ ଦିନ ସୋନିଙ୍କୁ ହତ୍ୟା କରିଥିଲା ବୋଲି ପୁଲିସ କହିଛି।

ପୁଲିସ୍‌ କହିଛି ଯେ ସଲିମକୁ ଗିରଫ କରାଯାଇଛି । କାରଣ ସେ ପ୍ରଥମେ ସୋନିକୁ ଗର୍ଭ ନଷ୍ଟ କରିବାକୁ କହିଥିଲା । ପରେ  ତାଙ୍କୁ ମାରି ଦେଇଥିଲା ।  ସହଯୋଗ କରିଥିବା ପଙ୍କଜକୁ ମଧ୍ୟ ପୋଲିସ  ଗିରଫ କରିଛି।

 

Tags: -killed-hindu-girlfriend-sonialover-salim
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.