ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ । ୟୁଜିସିର ଲୋଗୋ କିମ୍ବା ନାମକୁ ଅନଧିକ୍ୟତ ଭାବେ ବ୍ୟବହାର କରୁଥିଲେ ଏବେଠୁ ସାବଧାନ ହୁଅନ୍ତୁ । ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବ ୟୁଜିସି ଏପରି କଡ଼ା ଚେତବାନୀ ୟୁଜିସି ପକ୍ଷରୁ ଦିଆଯାଇଛି ।
ୟୁଜିସି ପକ୍ଷରୁ ଚିଠି ମାଧ୍ୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ୟୁଜିସିର ଲୋଗୋ ଏବଂ ନାମକୁ ଅନେକ ସମୟରେ ଅସାଧୁ ବ୍ୟକ୍ତି ଶିକ୍ଷାନୁଷ୍ଠାନ ଅନଧିକୃତ ଭାବେ ବ୍ୟବହାର କରୁଛନ୍ତି । ୟୁଜିସିର ଦୃଷ୍ଟିରୁ ଏପରି ଅନେକ ଅଭିଯୋଗ ଆସିଛି । ଯେଉଁଥିରେ କିଛି ଅସାଧୁ ବ୍ୟକ୍ତି ଶିକ୍ଷାନୁଷ୍ଠାନ ୟୁଜିସିର ବିନା ଅନୁମୋଦରେ ୟୁଜିସିର ଲାଗୋ ବ୍ୟବହାର କରି ଏଥିରେ ବିଭିନ୍ନ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ଯେଉଁଥିରେ ବିଭିନ୍ନ ପାଠ୍ୟକ୍ରମ ନାମଲେଖା ସଂପର୍କିତ ତଥ୍ୟ ପ୍ରଦାନ କରୁଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି । ଆଗକୁ ଏପରି ନକରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି । ଯଦି ଏପରି ବିଶୃଙ୍ଖଳା ଦେଖିବାକୁ ମିଳେ ଟ୍ରେଡ଼ ମାର୍କ ଆକ୍ଟ ଉଲ୍ଲଘଂନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।