ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ପ୍ରଭାବିତ ଅଞ୍ଚଳକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯାଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ରାଜ୍ୟରେ 11 ଜିଲ୍ଲା ଅଧିକ ପ୍ରଭାବିତ ହେବ । 38 ବ୍ଲକ ପ୍ରଭାବିତ ହେବା ଆଶଙ୍କା ରହିଛି । 3 ଲକ୍ଷ 62 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । 7 ହଜାର 285 ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି । ବାତ୍ୟା ଆଶ୍ରୟସ୍ଥଳରେ ବିଦ୍ୟୁତ ଯୋଗାଣ ପାଇଁ ପ୍ରସ୍ତୁତି ସରିଛି । ଡ଼ିଜି, ଜେନେରାଟର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁନଃରୁଦ୍ଧାର ପାଇଁ ତ୍ୱରିତ ବ୍ୟବସ୍ଥା କରାଯାଇଛି । ସ୍ଥିତି ଅନୁଧ୍ୟାନ କରି ଅଧିକାରୀ ସରକାରଙ୍କୁ ରିପୋର୍ଟ ଦେବେ । ସରକାରଙ୍କ ନିବେଦନକୁ ଲୋକେ ଗ୍ରହଣ କରିଥିବାରୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।