ବାତ୍ୟା ଦାନା ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି । ଦାନା ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢିବାରେ ଲାଗିଛି । ଓଡ଼ିଶା ପରି ପଶ୍ଚିମବଙ୍ଗରେ ବି ଦାନା ପ୍ରଭାବ ଦେଖିବାକୁ ମିଳିବ ।
ରାଜ୍ୟରେ ଦାନା ଲ୍ୟାଣ୍ଡ୍ଫଲ କରିବା ପୂର୍ବରୁ ଅନେକ ଉପକୂଲବର୍ତୀ ଜିଲ୍ଲାରୁ ପ୍ରାୟ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଓଡ଼ିଶାର ଅଧିକାରୀମାନେ ଅନବରତ କାର୍ଯ୍ୟ କରୁଛନ୍ତି ।
ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଏହି ବାତ୍ୟା ଆଜି ସକାଳ 5.30 ସୁଦ୍ଧା ସଗାର ଦ୍ବୀପ ଠାରୁ 350 କିଲୋମିଟର ଦକ୍ଷିଣରେ ରହିଥିଲା ଓଡ଼ିଶାର ଉଭୟ ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ବନ୍ଦର ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି କରାଯାଉଛି ।
ଗୁରୁବାର ଏବଂ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ୨୪ ପରଗାନା, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଝରାଗ୍ରାମ, କୋଲକାତା, ହାୱଡ଼ା ଏବଂ ହୁଗଳି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।