ସୀମା ବିବାଦରେ ସମାଧାନ ପାଇଁ ନିକଟରେ ହୋଇଥିବା ଚୁକ୍ତିନାମାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଚୀନ ରାଷ୍ଟ୍ରପତି ସି ଜିନପଙ୍ଗ ସହ ଆଲୋଚନା କରିଛନ୍ତି । ମୋଦୀ ବୁଧବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ କହିଛନ୍ତି ଯେ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦୁଇ ଦେଶ ପାଇଁ ପ୍ରାଥମିକତା ହେବା ଉଚିତ ।
ଏହି ଦୁଇ ଶୀର୍ଷ ନେତା ରୁଷର କାଜାନରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ଏପରି ଆଲୋଚନା କରିଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ହେଉଛି ସେମାନଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ବିଶ୍ବାସ ଯେ ଭାରତ ଚୀନ ସମ୍ପର୍କ କେବଳ ଆମ ଲୋକଙ୍କ ପାଇଁ ନୁହେଁ ବରଂ ବିଶ୍ବ ଶାନ୍ତି ସ୍ଥିରତା ଏବଂ ପ୍ରଗତି ପାଇଁ ମଧ୍ୟ ଗୁରୁତ୍ବପୂଣ୍ଣ ଅଟେ ।
ତାମିଲନାଡ଼ୁର ମାମଲଲାପୁରମରେ ସପ୍ତମ ଶତାଦ୍ଦୀର ପଞ୍ଚ ରଥ ସ୍ମାରକୀ ପୃଷ୍ଟଭୂମିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗ ଶେଷ ଥର ପାଇଁ ଅକ୍ଟୋବର 2019 ମସିହାରେ ସାକ୍ଷାତ କରିଥିଲେ ।
ଗତକାଲି ବୈଠକ ସରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ କରି କହିଛନ୍ତି କାଜାନ ବ୍ରିକ୍ସ ସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଭେଟିଲି । ଆମ ଦେଶର ଲୋକଙ୍କ ପାଇଁ ତଥା ଆଞ୍ଚଳିକ ତଥା ବିଶ୍ବ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ଚୀନ ସମ୍ପର୍କ ଗୁରୁତ୍ବପୂଣ୍ଣ ପାରସ୍ପରିକ ବିଶ୍ବାସ ପାରସ୍ପରିକ ସମ୍ମାନ ଏବଂ ପାରସ୍ପରିକ ସମ୍ବେଦନଶୀଳତା ଦ୍ବିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ କରିବା ।