ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ସେବକ ତଥା କର୍ମଚାରୀଙ୍କୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ଆବଶ୍ୟକ ସ୍ଥଳେ ଏଏସଆଇ ଏବଂ ଓବିସିସି ସହ ପରାମର୍ଶ କରି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନିର୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ମଧ୍ୟ ସମସ୍ତ ବ୍ୟବସ୍ଥାର ତତ୍ତ୍ବାବଧାନ କରିବାକୁ ମୁଖ୍ୟ ପ୍ରଶାସକ କହିଛନ୍ତି ।
ସତର୍କ ଶ୍ରୀମନ୍ଦିର ପ୍ରଶାସନ
ଆନନ୍ଦ ବଜାରରେ ଅସ୍ଥାୟୀ ଟିଣ ତଥା ପାଲ ଛାତ ବାହାର କରାଯାଇଛି
ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ହୋଇଛି
କୋଇଲି ବୈକୁଣ୍ଠ ପରିସର ସ୍ଥିତ ଗୃହଗୁଡିକର ଟିଣ ସିଟ୍ ଛାତ ଉପରେ ବାଲି ବସ୍ତା ଦିଆଯାଇଛି
ସାତପାହାଚରେ ଭକ୍ତଙ୍କ ସୁବିଧା ପାଇଁ ଥିବା ବ୍ୟାରିକେଡର ଉପର ଛାତ କଢାଯାଇଛି
ଉପବନରୁ ସୌନ୍ଦର୍ୟ୍ୟକରଣ ଲାଇଟ୍ ବାହାର କରାଯାଇଛି ।
ସିଂହଦ୍ଵାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ କଢ଼ାଯାଇଛି
CCTV ବ୍ୟବସ୍ଥା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି