ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଓ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଦାନା ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି । ଭୀଷଣ ବାତ୍ୟାର ରୂପ ନେଇ ଦାନା ସ୍ଥଳଭାଗକୁ ମାଡ଼ି ଆସୁଛି । ସମୁନ୍ଦ୍ରରେ ଶକ୍ତିଶାଳୀ ହୋଇ ବାତ୍ୟା ଉପକୂଳ ମୁହାଁ ହୋଇଛି । ଆଜି ରାତିରେ ସ୍ଥଳଭାଗ ଛୁଇଁ ଦାନା ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାରାଦୀପଠାରୁ 260 କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ ତଥା ଧାମରା ବନ୍ଦରଠାରୁ 290 କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ ଦାନା ରହିଛି । ସାଗରଦ୍ବୀପଠାରୁ 350 କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି 15 କିମି ଉପକୂଳ ମୁହାଁ ହୋଇଛି ।
ଭିତରକନିକା ଏବଂ ଧାମରା ମଧ୍ୟବର୍ତୀ ଅଞ୍ଚଳରେ ଦାନା ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୁରୁବାର ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିବା । ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ 100ରୁ 120 କିମି ରହିବ ।
ଲ୍ୟାଣ୍ଡଫଲ୍ ପୂର୍ବରୁ ଧାମରା ଓ ଭିତରକନିକାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଧାମରାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଭିତରକନିକା ସହ ବାଲେଶ୍ୱରରେ ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି।
୩ ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ବେଶି ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଦା