ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂଣ୍ଣ ବୈଠକ ଶେଷ ହୋଇଛି । କ୍ୟାବିନେଟ 6 ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ କ୍ୟାବିନେଟ ବୈଠକରେ ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ପ୍ରସ୍ତବାକୁ ମଞ୍ଜୁରୀ ମିଳିଛି । ଏଥିରେ 34 ଟି ବିଷୟ ଉପରେ ସଂଶୋଧନ କରାଯାଇଛି । ଏବେ ବିଧାନସଭା ଅଧିବେଶନ ନଥିବାରୁ ଅଧ୍ୟାଦେଶ ଜରିଆରେ ଏହି ସଂଶୋଧନ କରାଯାଇଥିବା ଶ୍ରୀ ଆହୁଜା ସୂଚନା ଦେଇଛନ୍ତି । ଏହି ସଂଶୋଧନ କାରଦାତାଙ୍କୁ ସୁହାଇବ ବୋଲି ଜଣାପଡ଼ିଛି ।
ସେହିପରି ସୁଭଦ୍ରା ଯୋଜନାରେ ସଂଶୋଧନ ପାଇଁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ପୁଣି ଥରେ ବିଚାର କରାଯିବ। ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୨ ଲକ୍ଷ ଆବେଦନ ମଧ୍ୟରୁ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଥିବା ବେଳେ ୨ ଲକ୍ଷ ୬୭ ହଜାର ଆବେଦନ ପଡି ରହିଛି।
ଅନ୍ୟ ପକ୍ଷରେ, କୁଇଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କାରେ ଧାନ କିଣାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏହା ଛଡା ରାଜ୍ୟରେ ଧାନ କ୍ରୟ ପାଇଁ ୪ ହଜାରରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲାଯିବ ଓ ସମବାୟ ସମିତି ଜରିଆରେ ଏହା ସ୍ଥାପନ କରାଯିବ।