ଗତ କିଛି ଦିନ ହେବ ଅନେକ ଭାରତୀୟ ଘରୋଇ ତଥା ଆନ୍ତର୍ଜାତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳି ସାରିଲାଣି । ଏହି କାରଣରୁ କେନ୍ଦ୍ର ସରକାର ବୁଧବାର ସୋସିଆଲ ମିଡ଼ିଆ ସହ ଏକ ବୈଠକ କରି ସମାଧାନର ବାଟ ଖୋଜିଛନ୍ତି ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବଦ୍ୟା ମନ୍ତ୍ରଣାଳୟ ଦ୍ବାରା ଏୟାରଲାଇନ୍ସ ଏବଂ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଓ ମେଟାର ଅଧିକାରଙ୍କ ସହ ଏକ ବୈଠକ ଡ଼କା ଯାଇଥିଲା । ସେଥିରେ କେନ୍ଦ୍ର ସରକାର ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମର ଅଧିକାରୀଙ୍କ ଉପରେ ବର୍ଷି ଯାଇଛନ୍ତି ।
ଦିଲ୍ଳୀ ପୁଲିସ ଅଭିଯୁକ୍ତ ବ୍ୟବହାରକାରୀଙ୍କ ସେସିଆଲ ମିଡ଼ିଆ ଆଇଡ଼ି କିମ୍ବା କିଛି ଡ଼ୋମେନର ସବିଶେଷ ତଥ୍ୟ ପାଇବାରେ ବିଫଳ ହେବା ପରେ କେନ୍ଦ୍ର ମେଇକ୍ରାବ୍ଳଗିଂ ସାଇଟକୁ ଏବେ ଏହି ଦାୟିତ୍ବ ଦେଇଛନ୍ତି ।
ଗତ ଆଠ ଦିନ ମଧ୍ୟରେ 95 ରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳିବା ପରେ ଏକ ଉଭୟ ବାତାବରଣ ସୃଷ୍ଟି ହୋଇଛି ।
ପ୍ରଭାବିତ ବିମାନଗୁଡ଼ିକକରେ ଆକାସ , ଏୟାର ଇଣ୍ଡିଆ ,ଇଣ୍ଡିଗୋ ଏବଂ ଭିସ୍ତାରା ଆଦି ରହିଛି । ଏହି ବିମାନଗୁଡ଼ିକ ଦିଲ୍ଲୀରୁ ବିଭିନ୍ନ ଘରୋଇ ତଥା ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସେବା ଯୋଗାଇଥାନ୍ତି । ବୋମା ଧମକ ସଂପର୍କରେ ଦିଲ୍ଲୀ ପୁଲିସ ଆଠଟି ମାମଲା ଦାୟର କରିଛିି। ଯେଉଁ ଏକ୍ସ ପୋଷ୍ଟ୍ଗୁଡ଼ିକରେ ଧମକ ମିଳିଥିଲା ସେହି ଆକାଉଣ୍ଟ୍ଧାରୀଙ୍କ ସଂପର୍କରେ ସୂଚନା ପାଇଁ କେନ୍ଦ୍ର ସରକାର ଏକ୍ସକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁ ଅଭିମୁଖେ ଆକାସା ଏୟାର ବିମାନକୁ ଟାର୍ଗେଟ କରି ଏକ୍ସ ମାଧ୍ୟମରେ ମିଳିଥିବା ବୋମା ଧମକ ପରେ ଅକ୍ଟୋବର ୧୬ ତାରିଖରେ ପ୍ରଥମ ମାମଲା ପଞ୍ଜିକୃତ ହୋଇଥିଲା।