ଓଡ଼ିଶା ବିଜେପି ପାଇବ ନୂଆ ମଙ୍ଗୁଆଳ । ଆସନ୍ତା 26 ତାରିଖରେ ବିଜେପିର ସାଙ୍ଗଠନିକ ନିର୍ବାଚନ କର୍ମଶାଳା । ଏହି ପ୍ରକ୍ରିୟା ଦୁଇ ତିନି ମାସ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ସାଂସଦ ତଥା ସାଙ୍ଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ ନିର୍ବାଚନ ଅଧିକାରୀଙ୍କ ସହ ତିନି ନିର୍ବାଚନ ସହ ଅଧିକାରୀ , ରାଜ୍ୟ ସଭାପତି, ସଂଗଠନ ମହାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ , ଉପ ମୁଖ୍ୟମନ୍ତ୍ରୀ , ରାଜ୍ୟ ପଦାଧିକାରୀ , ସମସ୍ତ ବିଧାୟକ , ସାଂସଦ , କେନ୍ଦ୍ର ମନ୍ତ୍ରୀମାନେ ଏହି କର୍ମଶାଳାରେ ଉପସ୍ଥିତ ରହିବେ । ଏଭଳି କର୍ମଶାଳାରେ ଜିଲ୍ଲା ସ୍ତରରେ ମଧ୍ୟ ହେବ । ସେଥିରେ ମଧ୍ୟ ସମ୍ପୃକ୍ତ ଜିଲ୍ଲା ସଂଗଠନର କାର୍ଯ୍ୟକର୍ତା , ସେହି ଅଞ୍ଚଳର ବିଧାୟକ ସାଂସଦ ଏବଂ ମନ୍ତ୍ରୀମାନେ ଉପସ୍ଥିତ ରହିବେ । ଅନ୍ୟପଟେ ବୁଥ , ମଣ୍ଡଳ , ଜିଲ୍ଲା ଏବଂ ରାଜ୍ୟ ଭିତ୍ତିରେ ହେବ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ । ରାଜ୍ୟ ନିର୍ବାଚନ ଅଧିକାରୀ ଆଗାମୀ ଦୁଇ ଦିନ ଭିତରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି କରିବେ ବୋଲି ସେ ସୂଚନା ଦେଇଛନ୍ତି ।