ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ବାନ୍ଦ୍ରସ୍ଥିତ ଗାଲାକ୍ସି ଆାପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିବା ଅଭିଯୁକ୍ତ ଭିକି ଗୁପ୍ତାଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖାନ କରିଛନ୍ତି । ମହାରାଷ୍ଟ୍ର କଣ୍ଟ୍ରୋଲଅଫ ଅର୍ଗାପାଇଜଡ଼ କ୍ରାଇମ ଆକ୍ଟର ସ୍ବତନ୍ତ୍ର କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ମଧ୍ୟରେ ହତ୍ୟା କରିବାର ଉଦ୍ଦେଶ୍ୟ ରହିଛି । ଯଦି ତାଙ୍କୁ ମୁକ୍ତ କରାଯାଏ ଭବିଷ୍ୟତରେ ସେ ଏପରି ଘଟଣା ଘଟାଇ ପାରନ୍ତି । ସେଥିପାଇଁ ତାଙ୍କ ଜାମିନକୁ ଆବେଦଦକୁ ଅଦାଲତ ଖାରଜ କରି ଦେଇଛନ୍ତି ।
ସୂଚନାନୁସାରେ ଇଦ୍ ପରେ ସକାଳ ପ୍ରାୟ 5 ଟା ସମୟରେ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ହୋଇଥିଲା । ବାଇକରେ ଯାଉଥିବା ଦୁଇ ଆକ୍ରମଣକାରୀ 4 ରାଉଣ୍ଡ ଗୁଳି ଚଳାଇଥିଲେ । ଆକ୍ରମଣ ସମୟରେ ସଲମାନ ତାଙ୍କ ଘରେ ଉପସ୍ଥିତ ଥିଲେ । ଗୁଳି ଚଳାଇଥିବା ଅଭିଯୁକ୍ତ ଭିକି ଗୁପ୍ତା ଏବଂ ସାଗର ପାଲଙ୍କୁ ଗିରଫ କରାଯାଇଥିଲା ପରେ ଅନୁଜ ଥାପନ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବରୁ ଗରିଫ କରାଯାଇଥିଲା ।
ଅଭିଯୁକ୍ତ ଭିକି ଗୁପ୍ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖାନ କରି କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ସେହି ସ୍ଥାନରେ ଗୁଳି ଚଳାଇଥିଲେ ଯେଉଁଠାରେ ସଲମାନ ତାଙ୍କ ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ପାଇଁ ବାଲକୋନିକ୍ସ ଆସନ୍ତି ଏବଂ ପ୍ରତିଦିନ ସକାଳେ ମଧ୍ୟ ବସିଥିାନ୍ତି । ଆକ୍ରମଣ ପରେ ସଲମାନ ଖାନଙ୍କ ଦ୍ବାରା ଦିଆଯାଇଥିବା ଏଫଆଇଆରରେ ଏହା ଉଲ୍ଲେଖ କରାଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଉଭୟ ଅଭିଯୁକ୍ତ ଅଭିନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିଲେ ।