ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଚେୟାରମ୍ୟାନ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ତଦନ୍ତ ପରେ ତାଙ୍କୁ ଦୋଷାରୋପ କରାଯାଇ ନାହିଁ । ସରକାରୀ ସୁତ୍ରରୁ ଏହା ଜାଣିବାକୁ ମିଳିଛି । ସେ 2025 ମସିହା ଫେବୃଆରି ମାସରେ ଶେଷ ହେବାକୁ ଥିବା ତାଙ୍କ କାର୍ଯ୍ୟକାଳ ଶେଷ କରିବେ ।
ଆମେରିକାରେ ହିନ୍ଦନବର୍ଗ ରିସର୍ଚ୍ଚ ଏବଂ କଂଗ୍ରେସ ଦଳ ଦ୍ବାରା ସେବି ମୁଖ୍ୟଙ୍କ ବିରୋଧରେ ଆର୍ଥିକ ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା । ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ମାଧବୀ ପୁରୀ ତଦନ୍ତର ସମ୍ମୁଖୀନ ହୋଇଥିଲେ ।
ଯେତେବେଳେ ହିନ୍ଦନବର୍ଗ ରିସର୍ଚ୍ଚ ସେବି ଚେୟାରମ୍ୟାନ ମାଧବୀ ପୁରୀଙ୍କ ନୀରବତା ଉପରେ ପ୍ରଶ୍ନ କରିଥିଲେ । ସେତେବେଳେ ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା । ହିଡ଼େନବର୍ଗ ଅଭିଯୋଗ ଆରିଥିଲା ଯେ ମାଧବୀ ପୁରୀଙ୍କର ଆଦାନୀ ଗ୍ରୁପ ସହିତ ଅନୈତିକ ଆର୍ଥିକ ସମ୍ପର୍କ ଥାଇପାରେ ଯାହାକି ଏବେ ବି ତଦନ୍ତ ଅଧୀନରେ ରହିଛି ।
ଏହି ଅଭିଯୋଗର ଜବାବରେ ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ବାମୀ ଧାଓ୍ପଲ ବୁଚ କହିଛନ୍ତି ଯେ ହିନ୍ଦନବର୍ଗ ରିପୋର୍ଟରେ ଦର୍ଶାଯାଇଥିବା ଦାବିଗୁଡ଼ିକ ଭିତ୍ତିହୀନ । ସେମାନେ ଦର୍ଶାଇଛନ୍ତି ଯେ ସେମାନଙ୍କର ଆର୍ଥିକ ରେକର୍ଡ଼ଗୁଡ଼ିକ ସ୍ବଚ୍ଛ ଏବଂ ଏହି ଅଭିଯୋଗ ସେମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ।