ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଦାନା ନେଇ ସୂଚନା ଦେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଅବପାତରେ ପରିଣତ ହୋଇଛି । ଓ୍ବେଲମାର୍କ ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତର ରୂପ ନେବା ଏହା ପାରାଦୀପ ଠାରୁ 730 କିମି ଦକ୍ଷିଣ – ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି । ସାଗର ଦ୍ବୀପରୁ 770 କିମି ଦକ୍ଷିଣ ପୂର୍ବରୁ କେନ୍ଦ୍ରୀଭୂତ ହୋଇ ଏହା ଏବେ ପଣ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଆହୁରି କହିଛନ୍ତି ଅବପାତ କାଲି ସକାଳ ସୁଦ୍ଧା ନେବ ବାତ୍ୟାର ରୂପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ ଏବଂ 24 ରାତି କିମ୍ବା 25 ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ 100 ରୁ 110 କିମି ବେଗରେ ପବନ ଏଥିନେଇ ପୁରୀ , ଗୋପାଳପୁର, ପାରାଦ୍ବୀପ ଏବଂ ଧାମରା ବନ୍ଦରରେ ବିପଦ ସଙ୍କେତ ଜାରି କରାଯାଇଛି । ସବୁ ବନ୍ଦକୁ 1 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । କାଲି ସନ୍ଧ୍ୟାରେ ପାଗରେ ପରିବର୍ତନ ଆସିବ । ଏଣୁ ଆଜିଠାରୁ 25 ତାରିଖ ଯାଏଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏଣେ ରାଜ୍ୟ ସରକାର ମଧ୍ୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ନେଇ ସଜାଗ ଅଛନ୍ତି ଏବଂ ସମସ୍ତ ବନ୍ଦୋବସ୍ତ କରୁଛନ୍ତି।