ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ରୁଷ ଗସ୍ତରେ ଯିବେ । ଅକ୍ଟୋବର 23 ତାରିଖରେ ମୁଖ୍ୟ କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀରେ ମୁଖ୍ୟ ପ୍ରସଙ୍ଗ ରହିଛି। ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ କରିବା । ଏହାଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ବୈଶ୍ପିକ ପ୍ରସଙ୍ଗ ଉପରେ ଏହି ଗୁରୁତ୍ବପୂଣ୍ଣ ମଞ୍ଚରେ ଆଲୋଚନ କରିପାରିବେ ।
ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ବିପାକ୍ଷିକ କଥାବାର୍ତା କରିବାରେ ସମ୍ଭାବନା ରହିଛି । କାଜାନରେ ଆୟୋଜିତ ଷୋଡ଼ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲଦିମିର ପୁଟିନଙ୍କ ନିୟନ୍ତ୍ରଣ କ୍ରମେ ମୋଦୀ ରୁଷ ଯିବେ ।
ବିଦେଶ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ ରୁଷର ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିୟନ୍ତ୍ରଣ କ୍ରମେ ମୋଦୀ ରୁଷ ଗସ୍ତ କରୁଛନ୍ତି ।
ଏହି ଅବସରରେ ସେ ଅନ୍ୟ ବ୍ରିକ୍ସ ନେତା ଏବଂ ଆମନ୍ତ୍ରିତ ଅଧିକାରୀଙ୍କ ସହ କଥା ହେବେ ବୋଲି ଜଣାପଡ଼ିଛି । ମୋଦୀଙ୍କୁ ରୁଷର ଭବ୍ୟ ସ୍ବାଗତ କରାଯିବ ଏବଂ ରାତ୍ରିରେ ସେ ଆୟୋଜିତ ନୈଶ ଭୋଜିରେ ଯୋଗ ଦେବେ ।