ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ ପ୍ରସ୍ତୁତି । ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ହେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସହ – ନିର୍ବାଚନ ଅଧିକାରୀ ଭାବେ 3 ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ସାଂସଦ ସୁକାନ୍ତ ପାଣିଗ୍ରାହୀ , ଉପ ସଭାପତି ସୁକେଶି ଓରାମ ଏବଂ ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଦାୟିତ୍ବରେ ରହିଛନ୍ତି । ଚଳିତ ମାସରେ ସଦସ୍ୟତା ସାରିବା ପରେ ଆରମ୍ଭ ହେବ ସାଙ୍ଗଠନିକ ନିର୍ବାଚନ । ବୁଥ ସଭାପତିଠୁ ଆରମ୍ଭ କରି ଜିଲ୍ଲା ସଭାପତି ଏବଂ ରାଷ୍ଟ୍ରୀୟ ସଭାପତି ନବ ନିର୍ବାଚିତ ହେବେ ।