ବାତ୍ୟା ଭୟ ଭିତରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଏହା ପୂର୍ବରୁ ଆଜି ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା କାଲି ପର୍ଯ୍ୟନ୍ତ ବର୍ଷା ନେଇ ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ ଜଗତସିଂହପୁର , ପରୀ , ଖୋର୍ଦ୍ଧା, ଗଞ୍ଜାମ , ରାୟଗଡ଼ା, କନ୍ଧମାଳ, ନୟାଗଡ଼ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।
କିନ୍ତୁ କାଲି ବର୍ଷାର ପରିମାଣ କମ ରହିବ । 22 ତାରିଖ ମଧ୍ୟ ବର୍ଷା କମ ରହିବ ବୋଲି କହିଛି ପାଣିପାଗ ବିଭାଗ । ଆଇଏମଡ଼ିର ଆକଳନ ଅନୁଯାୟୀ 23 ତାରିଖ ସାକଳୁ ବର୍ଷାର ପରିମାଣ ବଢିବ । 23 ତାରିଖ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡ଼ା, କଟକ , ଜଗତସିଂହପୁର , ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଜି୍ଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 24 ତାରିଖ ପ୍ରବଳ ପର୍ଷାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜଗତସିଂହପୁର, ପୁରୀ , ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାକୁ ରେଡ ଆର୍ଲଟ ଜାରି ହୋଇଛି । ସେହପରି କେନ୍ଦ୍ରାପଡା, କଟକ, ନୟାଗଡ଼,ଗଜପତି, କନ୍ଧମାଳକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି । ଏଥିସହ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, କେନ୍ଦୁଝରକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି ।