ଜାମ୍ମୁ କାଶ୍ମୀରର ଗାନ୍ଦରଗାଲର ଗଗନଗୀର ଅଞ୍ଚଳରେ ଟାର୍ଗେଟ ହତ୍ୟା କରିଛନ୍ତି ଆତଙ୍କବାଦୀ । ରାତିରେ ଶ୍ରମିକମାନେ ବିଶ୍ରାମ ନେଇଥିବା ବେଳେ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଆତଙ୍କବାଦୀମାନେ ଏକ ଟନେଲରେ କାମ କରୁଥିବା ଲୋକଙ୍କ ଶିବିରରେ ଗୁଳି ଚଳାଇଥିଲେ, ଯାହା ପରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି 7 ଜଣଙ୍କ ମଧ୍ୟରେ ଟନେଲରେ କାମ କରୁଥିବା ଛଅ ଜଣ ଏବଂ ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି।
ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ବାସିନ୍ଦା ଅନିଲ ଶୁକ୍ଲାଙ୍କ ସହ ଫହିମ ନାସିର, ମହମ୍ମଦ ହରିଫ ଏବଂ ବିହାରର କାଲିମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପଞ୍ଜାବର ଗୁରୁମିତଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ଏମାନଙ୍କ ବ୍ୟତୀତ ଜାମ୍ମୁ କାଶ୍ମୀରର ବାସିନ୍ଦା ଶଶି ଅବ୍ରୋଲ ଏବଂ ଡକ୍ଟର ଶାହନାୱାଜ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।
ଆହତ ବ୍ୟକ୍ତିମାନେ ହେଉଛନ୍ତି ଇନ୍ଦର ଯାଦବ, ମୋହନ ଲାଲ, ମୁସ୍ତାକ ଅହମ୍ମଦ ଲୋନ, ଇଶଫାକ ଅହମ୍ମଦ ଭଟ ଏବଂ ଜଗର ସିଂ। ରାତି ପ୍ରାୟ 8ଟା 30 ରେ ଏହି ଘଟଣା ଘଟିଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଖାଦ୍ୟ ପ୍ରସ୍ତୁତ ହେଉଥିବାବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ଏବଂ ହଠାତ୍ ତିନିଜଣ ସଶସ୍ତ୍ର ଆତଙ୍କବାଦୀ ପହଞ୍ଚି ସେଠାରେ ଉପସ୍ଥିତ ଶ୍ରମିକଙ୍କ ଉପରେ ଗୁଳି ବିନିମୟ ଆରମ୍ଭ କରିଥିଲେ। ଏତେ ସଂଖ୍ୟକ ଗୁଳି ଚାଳନା କରାଯାଇଥିଲା ଯେ ଦୁଇଟି ଗାଡି ମଧ୍ୟ ପାଉଁଶ ହୋଇଯାଇଥିଲା।
ଆତଙ୍କବାଦୀ ସଂଗଠନ ‘ରେଜିଷ୍ଟାନ୍ସ ଫ୍ରଣ୍ଟ’ ଏହି ଆକ୍ରମଣ ପାଇଁ ଦାୟୀ କରିଛି। ନୂତନ ସରକାର ଗଠନର ମାତ୍ର 4 ଦିନ ପରେ ଦ୍ବିତୀୟ ଥର ସେମାନେ ଜାମ୍ମୁ କାଶ୍ମୀରରେ ଏହି ଆକ୍ରମଣ କରିଛନ୍ତି।