ଟେଷ୍ଟ ମ୍ୟାଚରେ ଅନେକ ଦିନ ପରେ କୋହଲି ଅର୍ଧଶତକ କରିଛନ୍ତି । ରନ ମେସିନଙ୍କ ରନ କରିବା କୋହଲିଙ୍କ ବିରାଟ ସମସ୍ୟା ଥିଲା । କିଙ୍ଗ ଅଫ୍ କ୍ରିକେଟଙ୍କ ପାଇଁ ନଂ 3 ଅଶୁଭ ଥିଲା ବୋଲି ତାଙ୍କ ପ୍ରଶଂସକମାନେ ଚର୍ଚା କରୁଥିଲେ । 2012ରୁ ବାରମ୍ବାର ଅସଫଳ ଚାଲିଛନ୍ତି କୋହଲି । ବିରାଟଙ୍କ ନାଁରେ ଅଲୋଡ଼ା ରେକର୍ଡ଼ । ଏବେ ନୁହେଁ । 2012 ରୁ ଟେଷ୍ଟରେ ଅସଫଳତାର ସ୍ବାଦ ଚାଖି ଚାଲିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି । 12 ବର୍ଷରେ 7 ଥର ତିନି ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଓହ୍ଲାଇଛନ୍ତି ହେଲା ପ୍ରତି ଥର ଫ୍ଲପ ଶୋା ଦେଖିବାକୁ ମିଳିଛି । 4 – ନମ୍ବର ସ୍ଥାନରେ ଗର୍ଜୁଥିବା ବିରାଟଙ୍କ ବ୍ୟାଟ ନମ୍ବର 3 ପୋଜିସନରେ ନିରବୀ ଯାଇଛି । ଆଉ 7 ଇନିଂସରେ ଗୋଟିଏ ବି ଅର୍ଦ୍ଧଶତକ ମାରିବାରେ ସଫଳ ହୋଇନାହାନ୍ତି ।
ନ୍ୟୁଜିଲାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟରେ ପ୍ରଥମ ପାଳିରେ ଶୂନରେ ଆଉଟ୍ ହୋଇଛନ୍ତି । ଟେଷ୍ଟ କ୍ରିକେଟ ର ଇତିହାସ ଦେଖିଲେ, କୋହଲିଙ୍କ ପସନ୍ଦ ପୋଜିସନ ୪ । ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ ଫର୍ମାଟରେ ୪ ନମ୍ବରରେ ତେନ୍ଦୁଲକରଙ୍କ ପରେ ବିରାଟ୍ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ଗଡ୍ ଅଫ୍ କ୍ରିକେଟ୍ ସଚିନ୍ ତେନ୍ଦୁଲକର ଏହି ସ୍ଥାନରେ ୧୩ ହଜାରରୁ ଅଧିକ ରନ୍ କରିଛନ୍ତି ।