ରାଜ୍ୟରେ ଆୟୁଷ୍ନାନ ଭାରତ ଲାଗୁ ହେବ । ନୂଆ ସରକାର ଆସିବା ପରେ ଏହି ଯୋଜନା ଲାଗୁ ହେବ ବୋଲି ଚର୍ଚା ହେଉଥିଲା । ଏବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଏହା ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ନାନ ଭାରତ ଲାଗୁ ହେବ । ଏନେଇ ମୋହନ ସରକାର ପୂର୍ବରୁ ଘୋଷଣା କରାସାରିଛନ୍ତି । ଆୟୁଷ୍ନାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ଼ ଜାରି ହେବ । ଆକଳନ ଅନୁଯାୟୀ ସାଢେ 3 କୋଟି ଲୋକଙ୍କୁ ଏହି କାର୍ଡ଼ ମିଳିବ । ଆୟୁଷ୍ନାନ ଭାରତ ଭଳି ରାଜ୍ୟରେ 70 ବର୍ଷରୁ ଊର୍ଦ୍ଧ୍ୱ ସୁବିଧା ପାଇବେ। ରାଶନ କାର୍ଡ଼ ପାଇଁ E-KYC ଚାଲିଛି । ସରିବା ପରେ ସଂଖ୍ୟା ଜଣାପଡ଼ିବ । BSKY ଯୋଜନାରେ 957 ହସ୍ପିଟାଲରେ ସୁବିଧା ମିଳୁଥିଲା । ଏଣିକି 27 ହଜାରରୁ ଊର୍ଦ୍ଧ୍ୱ ଅନୁବନ୍ଧିତ ହସ୍ପିଟାଲରେ ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଚଳିତ ବଜେଟରେ ବିଜେଡ଼ି ସରକାର ବହୁଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନାଁ ପରିବର୍ତନ ହୋଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରାଯାଇଛି । ସେହିପରି ବିଜୁ ସେତୁର ନାଁ ବଦଳାଇ ସେତୁ ବନ୍ଧନ ଯୋଜନା ମୋ ସ୍କୁଲର ନାଁ ବଦଳାଇ ପଞ୍ଚସଖା ଶିକ୍ଷା ସେତୁ ଯୋଜନା , ଲକ୍ଷ୍ମୀ ଯୋଜନାର ନାଁ ଗ୍ରାମାଞ୍ଚଳ ପରିବହନ ଯୋଜନା ଆମ ଓ ନବୀନ ଓ ନାଁ ବଦଳାଇ ବିକଶିତ ଗାଁ ବିକଶିତ ଓ କାଳିଆ ଯୋଜନାର ଗାଁ ବଦଳାଇ ସିଏମ କିଷାନ ଯୋଜନା ବିଜୁ ପକ୍କାଘର ଯୋଜନା ପରିବର୍ତେ ଅନ୍ତ୍ୟୋଦୟ ଗୃହ ଯୋଜନା କରାଯାଇଥିଲା ।